ସଂକ୍ରମଣ ଚିନ୍ତାରେ ଘୁଞ୍ଚିଲା ଓଜେଇ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷର ଓଜେଇ ପରୀକ୍ଷା ଘୁଞ୍ଚାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏବେ ପରବର୍ତ୍ତି ସମୟରେ ପରୀକ୍ଷା ପାଇଁ ନୂଆ ତାରିଖ ପ୍ରକାଶ ପାଇବ। ଏହି ପରୀକ୍ଷା ପାଇଁ ରାଜ୍ୟର ବିଭିନ୍ନ ସହରରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। ରାଜ୍ୟ ବାହାରେ ଥିବା ୩ଟି ପରୀକ୍ଷା କେନ୍ଦ୍ର ହେଲା କୋଲକତା, ରାଞ୍ଚି ଓ ପାଟନା।

ନାନାଦି ବିରୋଧାଭାସ ସତ୍ତ୍ୱେ ନିକଟରେ ଜାତୀୟ ପରୀକ୍ଷା ସଂସ୍ଥା(ଏନଟିଏ) ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ଜେଇ ପରୀକ୍ଷାକୁ ୬ ତାରିଖରେ ଶେଷ କରିଛି। ଏହାର ଫଳାଫଳ ୧୧ ତାରିଖରେ ପ୍ରକାଶ ପାଇବ ।