ସୌମ୍ୟା ସମ୍ଭାଳିବେ ଟ୍ୱିନ୍-ସିଟି ଟ୍ରାଫିକ୍

ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଇପିଏସ୍ ସୌମ୍ୟା ମିଶ୍ର ଟ୍ୱିନ୍-ସିଟିର ନୂଆ ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ ତାଙ୍କୁ ବ୍ୟାଚ୍ ନିଜ ହାତରେ ବ୍ୟାଚ୍ ପିନ୍ଧାଇ ସ୍ୱାଗତ କରିଛନ୍ତି।

୨୦୧୪ ବ୍ୟାଚ୍ ଆଇପିଏସ ସୌମ୍ୟା ଭୁବନେଶ୍ୱର-କଟକର ନୂଆ ଡିସିପି ଭାବେ ଯୋଗଦେବା ପୂର୍ବରୁ ସୁନ୍ଦରଗଡ଼ ଏସପି ଭାବେ କାର୍ଯ୍ୟ କରିଛନ୍ତି। ସେ ଲକ୍ଷ୍ନୌର ଲୋରେଟୋ କନଭେଣ୍ଟ ସ୍କୁଲରେ ପାଠ ପଢ଼ିଛନ୍ତି। ଏହାସହ ଦିଲ୍ଲୀର ଏଲଏସଆର କଲେଜ ଏବଂ ଦିଲ୍ଲୀ ସ୍କୁଲ ଅଫ୍ ଇକନୋମିକ୍ସରୁ ବିଏ ଓ ଏମଏ ଡିଗ୍ରୀ ହାସଲ କରିଛନ୍ତି। ଏହି ଅବସରରେ ସୌମ୍ୟାଙ୍କ ସଫଳ କାର୍ଯ୍ୟକାଳର କାମନା କରିଛନ୍ତି କମିଶନର।

ସୂଚନାଯୋଗ୍ୟ, ଅନୁପ ସାହୁ ଏବଂ ଅଖିଳେଶ୍ୱର ସିଂଙ୍କ ବଦଳି ପରେ ଉମାଶଙ୍କର ଦାଶ ଓ ପ୍ରତୀକ ସିଂ ଯଥାକ୍ରମେ ଭୁବନେଶ୍ୱର ଓ କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିଭଳି ଟ୍ରାଫିକ୍ ଡିସିପି ଥିବା ସାଗରିକା ନାଥ ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଥିବା ବେଳେ ସୌମ୍ୟା ମିଶ୍ର ତାଙ୍କ ସ୍ଥାନକୁ ଆସିଛନ୍ତି।