‘କୋକାକୋଲା’ର ଭାରତ ମୁଖ୍ୟ ହେବେ ଓଡ଼ିଆ ପୁଅ

ଭୁବନେଶ୍ୱର(ଏସ୍ ନ୍ୟୁଜ): ସାରା ରାଜ୍ୟପାଇଁ ଏକ ବଡ଼ ଖୁସି ଖବର ଆସିଛି। ମୃଦୁ ପାନୀୟ କମ୍ପାନୀ ‘କୋକାକୋଲା’ର ଭାରତ ମୁଖ୍ୟ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସଙ୍କେତ ରାୟ। ଖାଲି ଭାରତ ନୁହେଁ ଦକ୍ଷିଣ-ପଶ୍ଚିମ ଏସିଆରେ କମ୍ପାନୀର ସେ ନେତୃତ୍ୱ ନେବେ।

ସଙ୍କେତ ବର୍ତ୍ତମାନ କୋକାକୋଲାର ଚୀନ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ଆସନ୍ତା ଜାନୁଆରୀ ୧ ତାରିଖରେ ଟି. କ୍ରିଷ୍ଣାକୁମାରଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିବେ। କୋକାକୋଲାର ଅଧ୍ୟକ୍ଷ ଭାବେ କ୍ରିଷ୍ଣାକୁମାରଙ୍କ ପଦୋନ୍ନତି ହୋଇଛି।

ସଙ୍କେତ ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ହୋଇଥିବା ବେଳେ ସେ ବିଜେବି କଲେଜ ଏବଂ ଏକ୍ସଆଇଏମବିର ପୂରାତନ ଛାତ୍ର। ଡିଏମ ସ୍କୁଲରେ ପାଠ ପଢ଼ିଥିବା ସଙ୍କେତ ମଧ୍ୟ ଆଇଆଇଟି ଭୋପାଳରୁ ନେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ବାପା ଏସକେ ରାୟ ଜଣେ ପ୍ରାଣୀ ଚିକିତ୍ସକ।