କୋଭିଡ ପରିଚାଳନାର ବିଫଳତା ପାଇଁ ମୋଦି ଏବଂ କେନ୍ଦ୍ର ବିଜେପି ସରକାର ସଂପୂର୍ଣ୍ଣ ଦାୟି

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୧୨.୫: ଦେଶରେ କୋଭିଡ-୧୯ ପରିଚାଳନା କରିବାରେ କେନ୍ଦ୍ର ସରକାରରେ ଥିବା ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦି ପୁରାପୁରୀ ବିଫଳ ହୋଇଛନ୍ତି । ଘଟି ଚାଲିଥିବା ଜୀବିକା ଜୀବନର କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ପୁରାପୁରୀ ଦାୟି । କେନ୍ଦ୍ର ସରକାରଙ୍କ ଅପାରଗତା କୁ କଂଗ୍ରେସ ପଦାକୁ ଆଣିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ ଆଜି ଏକ ଭିଡିଓ ବାର୍ତାରେ ପ୍ରକାଶ କରିବା ସହ ସାଂସଦ ଅପରାଜିତାଙ୍କ କଂଗ୍ରେସକୁ ସମାଲୋଚନା ଏବଂ ଏଆଇସିସି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରିୟ ବିଜେପି ସଭାପତିଙ୍କ ଚିଠିର ଦୃଢ଼ ଜବାବ ରଖିଛନ୍ତି ଶ୍ରୀ କାନୁନଗୋ । ସେ କହିଛନ୍ତି ନିଜର ଅପାରଗତା ଏବଂ ଓ ଅପରିଣାମଦର୍ଶୀତାକୁ ସ୍ୱୀକାର କରିବା ପରିବର୍ତେ ଭାଜପା ସରକାର ଓ ତାର ନେତାମାନେ ପୂର୍ବ ଅଭ୍ୟାସକୁ ଦୋହରାଇବା ଅତ୍ୟନ୍ତ ଦୁଃଖ ଦାୟକ ।
କଂଗ୍ରେସ ଓ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସମୟଉପଯୋଗୀ ପ୍ରସ୍ତାବକୁ ଗ୍ରହଣ କରିବା ପରିବର୍ତେ ଭାଜପା ସଭାପତି ଶ୍ରୀ ନଡ୍ଡା ଯେଉଁ ମନ୍ତବ୍ୟ ସବୁ ରଖୁଛନ୍ତି ତାହା ଦେଶବାସୀଙ୍କ ପାଖରେ ଅତ୍ୟନ୍ତ ଚର୍ଚ୍ଚାର କାରଣ ହୋଇଛି । ଦୁଃଖ ଓ ସଂକଟ ସମୟରେ ଅନ୍ୟର ପରାମର୍ଶ କେବଳ ଅହଂକାରୀ ଅବିବେକି ବ୍ୟକ୍ତିମାନେ ସହଜରେ ଗ୍ରହଣକରିନଥାନ୍ତି । ଅଧିକନ୍ତୁ ନିଜର ଅପାରଗତା ତଥା ଅପରିଣାମଦର୍ଶୀତାକୁ ପଦାରେ ପଡ଼ିଯିବା ଭୟରେ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟତ୍ର ଦେବା ଓ ଲୋକଙ୍କ ଭ୍ରମରେ ପକାଇବା କାର୍ଯ୍ୟରେ ଭାଜପା ନେତା ଲାଗିଛନ୍ତି । ଅନେକ ଦିନ ଧରି ମନଗଡ଼ା କାହାଣୀ ଶୁଣାଇଲେ, ଅନେକ ମିଥ୍ୟା ସ୍ୱପ୍ନ ବାଂଟିବାରୁ ଭାରତ ବର୍ଷର ଜନସାଧାରଣ ପରିବର୍ତନରେ କିଛି ସୁଫଳ ମିଳିବ ବୋଲି ଆଶାକରି ଶ୍ରୀ ମୋଦି ଓ ତାଙ୍କ ଦଳକୁ ଦୁଇ ଦୁଇ ଥର ଭୋଟ ଦେଲେ ।
ତେବେ ବାସ୍ତବ କ୍ଷେତ୍ରରେ ଉପଲବ୍ଧି କଲେଯେ ଏକ ଅପରିପକ୍ୱ, ମିଥାଚାରୀ, ଅହଂକାରୀ ଗୋଷ୍ଟି ବା ଦଳ ହାତରେ କ୍ଷମତା ଅର୍ପଣ କରି ଦେଶକୁ ଚରମ ବିପର୍ଯ୍ୟୟ ଭିତରକୁ ଠେଲି ଦିଆଯାଇଛି । କରୋନା ମହାମାରୀ ସମୟରେ ଲକ୍ଷଲକ୍ଷ ଆକ୍ରାନ୍ତ ଅକ୍ସିଜେନ ଅଭାବରୁ ଛଟଛଟ ହୋଇ ମରିବା ଦେଖାଯିବାକୁ ସହି ହେଉ ନାହିଁ । ଏ ସଂପର୍କରେ ମତ ରଖିବା କ’ଣ ଭୁଲ! ଟିକା ଉତ୍ସବ ପାଳନ କରୁଥିବା ସରକାର ଟିକାକରଣର ଅବ୍ୟବସ୍ଥା ଓ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବାକୁ ନେଇ ପ୍ରଶ୍ନ ଉଠାଇବା କ’ଣ ଭୁଲ! ଗୋଟିଏ ଦେଶ, ଗୋଟିଏ ଦାବୀ ରଖୁଥିବା ସରକାର ରାଜ୍ୟ ଟୀକାର ବିଭିନ୍ନ ଦରଧାର୍ଯ୍ୟ କରିବା ଓ ଏଥିପାଇଁ ଦରିଦ୍ର ଲୋକଙ୍କ ଉପରେ ଏପରି ମହାମାରୀ ସମୟରେ ବେଡି ଉପରେ କୋରଡ଼ାମାଡ଼ କରିବା ନେଇ ପ୍ରତିବାଦ କରିବା କ’ଣ ଭୁଲ! ଟୀକା ଉପରେ ଓ କରୋନ ସଂପର୍କିତ ଚିକିତ୍ସା କ୍ଷେତ୍ରରେ ଉଚ୍ଚହାରର ଟିକସ ଆଦାୟକୁ ନେଇ ପ୍ରତିବାଦ କରିବା କଣ ଭୁଲ ।
ଉପରୋକ୍ତ ପ୍ରଶ୍ନ ନେଇ କଗ୍ରେସ ନେତୃବୃନ୍ଦ ପ୍ରକୃତ ସତ୍ୟ ସାମନାକୁ ଆଣିଥିବା ବେଳେ ବିଜେପି ଦଳ ଓ ତାର ସଭାପତିଙ୍କର ଆଚରଣ ଅତ୍ୟନ୍ତ ଅଶୋଭନୀୟ ଓ ଅକ୍ଷମଣୀୟ ଅପରାଧ ଗୁଡ଼ିକ ମନେହୁଏ ବୋଲି ରାଜ୍ୟ କଂଗ୍ରେସ ନେତା ତଥା ଶ୍ରୀ କାନୁନଗୋ କହିଛନ୍ତି ।