ମୋକିମ, ଚିରଂଜୀବୀ, ଶଗରିଆ ଲଢ଼ିପାରନ୍ତି ନିର୍ବାଚନ
ଭୁବନେଶ୍ୱର: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ, ପୂର୍ବତନ କଂଗ୍ରେସ ନେତା ଚିରଂଜୀବୀ ବିଶ୍ୱାଳ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି କଂଗ୍ରେସ । ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ଅଜୟ କୁମାର ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି ।
କଂଗ୍ରେସରୁ ନିଲମ୍ବିତ ହେବା ପରେ ମୋକିମ, ଚିରଂଜୀବୀ ଓ ଶଗରିଆ ଆଉ କୌଣସି ଦଳରେ ଯୋଗଦାନ ନକରିବା ବିଷୟ ଜାଣିବା ପରେ କଂଗ୍ରେସ ପ୍ରତି ସେମାନଙ୍କର ଆନୁଗତ୍ୟକୁ ବିଚାର କରି କେନ୍ଦ୍ର କଂଗ୍ରେସ କାର୍ଯ୍ୟକାରିଣୀ ଏପରି ନିଷ୍ପତି ନେଇଛି । ଫଳରେ ଆଗାମୀ ନିର୍ବାଚନରେ ଏହି ତିନି କଂଗ୍ରେସ ନେତା ଭାଗ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।