ମିଜୋରାମ ବିମାନ ବନ୍ଦରରେ ମ୍ୟାଁମାର ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: ମଙ୍ଗଳବାର ମିଜୋରାମ ଲେଙ୍ଗପୁଇ ବିମାନ ବନ୍ଦରରେ ଅବତରଣ କରିଛି ମ୍ୟାଁମାର ସେନାର ଗୋଟିଏ ବିମାନ । ପାଇଲଟଙ୍କ ସମେତ ବିମାନରେ ୧୫ ଜଣ ଯାତ୍ରା କରୁଥିଲେ । ଆକାଶକୁ ଉଡ଼ିବା ସମୟରେ ବିମାନଟି ହଠାତ୍‌ ଦୁର୍ଘଟଣାର ଶିକାର ହୋଇଥିଲା । ଆହତ ୬ ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ମିଜୋରାମ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ମ୍ୟାଁମାରରେ ଜାତିଗତ ହିଂସାର ଶିକାର ହୋଇ ଜୀବନ ବିକଳରେ ମିଜୋରାମକୁ ପଳାଇ ଆସିଥିବା ଶତାଧିକ ଲୋକଙ୍କୁ ସ୍ୱଦେଶକୁ ନେବା ପାଇଁ ମ୍ୟାଁମାର ସେନା ବିମାନ ମିଜୋରାମକୁ ଆସିଥିଲା ।