୧୪୩ କିଲୋ ଗଂଜେଇ ଜବତ, ଜଣେ ଗିରଫ

143 kilos of rust seized, one arrested

ବୌଦ୍ଧ: ଓଡ଼ିଶା ପୁଲିସର ସ୍ୱତନ୍ତ୍ର ଟିମ ବୌଦ୍ଧ ଜିଲ୍ଲାରୁ ପ୍ରାୟ ୧୪୩ କିଲୋ ଗଂଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି ।  ଗିରଫ ଅଭିଯୁକ୍ତଙ୍କ ନାମ ପରିକ୍ଷିତ ବେହେରା ଓ ସେ ବୌଦ୍ଧ ଜିଲ୍ଲାର ନାରାୟଣପୁର ବାସିନ୍ଦା । ଗୁପ୍ତ ସୂଚନା ପାଇ ଭୁବନେଶ୍ୱର ଏସଟିଏଫ ବୌଦ୍ଧ ପୁଲିସ ସହଯୋଗରେ ପୁରୁଣାକଟକ ଥାନା ଅନ୍ତର୍ଗତ କଳାଖଣ୍ଡି ଗ୍ରାମ ଉପରେ ଚଢ଼ଉ କରିଥିଲା । ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।