ନାମ୍ବିଆ ଚିତା ଜ୍ୱାଲା’ ଦେଲା ତିନୋଟି ଛୁଆ

କୁନୋ: କୁନୋ ଜାତୀୟ ଉଦ୍ୟାନରେ ଥଇଥାନ କରାଯାଇଥିବା ନାମ୍ବିଆ ଚିତା ଜ୍ୱାଲା ଇତିମଧ୍ୟରେ ତିନୋଟି ଶାବକ ଜନ୍ମ ଦେଇଛି ।  କିଛିଦିନ ତଳେ ନାମ୍ବିଆ ଚିତା ଆଶା ମଧ୍ୟ ଶାବକ ଦେଇଥିଲା ।  ଭାରତର ପାଣିପାଗରେ ନାମ୍ବିଆ ଚିତା ସୁସ୍ଥ ଓ ସବଳ ରହୁଥିବାରୁ ବନ୍ୟପ୍ରାଣୀ ବିଭାଗ    ସନ୍ତୋଷ ପ୍ରକାଶ କରିଛି । ପଶୁପ୍ରେମୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଖୁସି ଖବର ।