ଇଂଲଣ୍ଡ-ଭାରତ ଟେଷ୍ଟ୍‌ ସିରିଜ: କେଏଲ ରାହୁଲ ପାଇଁ ଚାଲେଞ୍ଜ

ମୁମ୍ବାଇ: ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚୟ ସୃଷ୍ଟି କରିବା ପାଇଁ କେଏଲ ରାହୁଲଙ୍କୁ ସୁଯୋଗ ଦିଆଯାଇଛି । ଭାରତୀୟ କ୍ରିକେଟ୍‌ ଟିମ୍‌ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡଙ୍କ ସୂଚନା ମୁତାବକ କେଏଲ ରାହୁଲଙ୍କୁ ଇଂଲଣ୍ଡ ବିରୋଧରେ ୱିକେଟ୍‌ ରକ୍ଷକ କରାଯିବନି । ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‌ ଭାବେ ତାଙ୍କୁ ଦାୟିତ୍ୱ ତୁଲାଇବାକୁ ପଡ଼ିବ ।

ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ କେଏଲ ରାହୁଲଙ୍କ ପାଇଁ କଡ଼ା ପରୀକ୍ଷା ହେବାକୁ ଯାଉଛି । ଇଂଲଣ୍ଡ ବିପକ୍ଷରେ ତାଙ୍କୁ ୱିକେଟ୍‌ ରକ୍ଷକ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।ଇଂଲଣ୍ଡ ବିପକ୍ଷରେ ଭାରତ ଦୁଇଜଣ ୱିକେଟ୍‌ ରକ୍ଷକଙ୍କୁ ମଇଦାନକୁ ଛାଡ଼ିବ । ପ୍ରଥମ ଦୁଇଟି ଟେଷ୍ଟରେ ବିରାଟ ଖେଳିବେ ନାହିଁ । କେଏଲ ରାହୁଲଙ୍କ ସ୍ଥାନରେ ଭାରତ ଅବା ଜୁରେଲଙ୍କୁ ୱିକେଟ୍‌ ରକ୍ଷକ ଦାୟିତ୍ୱ ତୁଲାଇବାକୁ ପଡ଼ିବ ।ଜାନୁଆରୀ ୨୫ ତାରିଖରୁ ହାଇଦ୍ରାବାଦ ମଇଦାନରୁ ଭାରତ-ଇଂଲଣ୍ଡ ୫ଟି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି ।