ମଧ୍ୟପ୍ରଦେଶ ପିଲା ରାମ ଜନ୍ମଭୂମି ଇତିହାସ ପଢ଼ିବେ

ଭୋପାଳ: ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ରାମ ଜନ୍ମଭୂମି ଇତିହାସ ପଢ଼ାଇବାର ବନ୍ଦୋବସ୍ତ କରାଯାଉଛି । ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସଂପନ୍ନ ହେବା ପରେ ମଧ୍ୟପ୍ରଦେଶ ସହର ବିକାଶ ମନ୍ତ୍ରୀ କୈଳାସ ବିଜୟବର୍ଗୀୟଙ୍କ ଘୋଷଣାନାମା ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶ ଶିକ୍ଷା ବ୍ୟବସ୍ଥାରେ ରାମ ଜନ୍ମଭୂମି ଇତିହାସକୁ ସାମିଲ କରାଯିବ । କୋଉ ଶ୍ରେଣୀର ପିଲାଙ୍କୁ ରାମ ଜନ୍ମଭୂମି ଇତିହାସ ପଢ଼ାଇବା ଉଚିତ ହେବ; ସେ ସଂପର୍କରେ ଅନୁଧ୍ୟାନ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ । ଯୋଉ ସଂଘର୍ଷ ଭିତର ଦେଇ ରାମ ଜନ୍ମଭୂମିରେ ଭଗବାନ ରାମଙ୍କୁ ପ୍ରତିଷ୍ଠା କରାଯାଇଛି; ତାହାକୁ ସବୁ ପିଲାମାନେ ଭଲ ଭାବେ ଜାଣିବା ଦରକାର ବୋଲି ବିଜୟବର୍ଗୀୟ କହିଛନ୍ତି ।