ଗାଜରରେ ପ୍ରଚୁର ରୋଗ ପ୍ରତିରୋଧକ

ଆମ ଶରୀର ପାଇଁ ଗାଜର ଅତ୍ୟନ୍ତ ଜରୁରୀ । ଗାଜରରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି । ଗାଜରକୁ ଉଭୟ କଂଚା ଅବା ବ୍ୟଞ୍ଜନରେ ପକାଇ ଖିଆ ଯାଇପାରେ । ତେବେ ଗାଜରକୁ ସାଲାଡ୍‌ରେ ବ୍ୟବହାର କଲେ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

ଶରୀରକୁ ଭୂତାଣୁ ଦାଉରୁ ରକ୍ଷା କରିବା ପାଇଁ ଗାଜର ଗୋଟିଏ ଜଗୁଆଳୀ କାମ କରିଥ ଶୀତଦିନ ପାଇଁ ଗାଜର ସର୍ବୋଷଧି । ସେଥିରେ ବହୁତ ଭିଟାମିନ୍‌ ଓ ଖଣିଜ ଲବଣ ରହିଛି । ଆମ ଅସ୍ଥି କଙ୍କାଳ ଓ ମାଂସପେଶୀ ପାଇଁ ଗାଜର ଜରୁରୀ ।