ଗୁଆହାଟୀ ପଶି ପାରିଲାନି ରାହୁଲଙ୍କ ଯାତ୍ରା

ଗୁଆହାଟି: ଆସାମ ରାଜଧାନୀ ଗୁଆହାଟି ଉପକଣ୍ଠରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡେ଼ା ନ୍ୟାୟ ଯାତ୍ରାକୁ ଅଟକାଇ ଦିଆଯାଇଛି । ଗୁଆହାଟୀ ସହର ଭିତର ଦେଇ ରାହୁଲଙ୍କ ସମେତ ପ୍ରାୟ ୫୦୦୦ କର୍ମୀଙ୍କ ଶୋଭାଯାତ୍ରା ଅତିକ୍ରମ କରିବା ସମୟରେ ଟ୍ରାଫିକ୍‌ ସମସ୍ୟା ଉପୁଜିବାର ଆଶଙ୍କା କରିଛନ୍ତି ଆସାମ ସରକାର ।

ତେବେ ସହର ଚାରିପଟକୁ ଆବଦ୍ଧ ପ୍ରାୟ କରି ରଖିଥିବା ୨୭ ନମ୍ବର ଜାତୀୟ ରାଜପଥକୁ ବ୍ୟବହାର କରିବା ପାଇଁ ରାହୁଲଙ୍କୁ ଅନୁମତି ଦିଆଯାଇଛି । ଆସାମର ବିଜେପି ସରକାର ରାହୁଲଙ୍କ ଶୋଭାଯାତ୍ରାକୁ ବିଫଳ କରିବା ପାଇଁ ଅପଚେଷ୍ଟା କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ସୋମବାର ରାହୁଲଙ୍କୁ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରାଚାର୍ଯ୍ୟଙ୍କ ପୀଠକୁ ଯିବା ପାଇଁ ଅନୁମତି ଦିଆଯାଇ ନଥିଲା