ଏୟାର ଇଣ୍ଡିଆକୁ ୧.୧୦ କୋଟି ଜରିମାନା

ନୂଆଦିଲ୍ଲୀ: ସୁରକ୍ଷିତ ଯାତ୍ରା ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଏୟାର ଇଣ୍ଡିଆକୁ ୧.୧୦ କୋଟି ଜରିମାନା କରାଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏୟାର ଇଣ୍ଡିଆ ବିମାନର ଜଣେ ଯାତ୍ରୀଙ୍କ ଖାଦ୍ୟରୁ ପୋକ ବାହାରିଥିବା ଘଟଣା ସରକାରଙ୍କ କାନରେ ପଡ଼ିଥିଲା ଯାହାକୁ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅକ୍ଷମଣୀୟ ଅପରାଧ ମଣି ନିରପେକ୍ଷ ଯାଂଚ ଆଦେଶ ପ୍ରଦାନ କରିଥିଲେ ।

କୁହୁଡି କାରଣରୁ ବିମାନ ଚଳାଚଳ ବାତିଲ ବା ବିଳମ୍ବିତ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାଣିପାଗକୁ ନିୟନ୍ତ୍ରଣ କରିବାର ଶକ୍ତି କେନ୍ଦ୍ର ସରକାରଙ୍କ ନିକଟରେ ନାହିଁ । କୋହଲା ପାଗ ଅବା କୁହୁଡ଼ି କାରଣରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହେଉଛି ଓ ହେବ । ଯାତ୍ରୀମାନେ ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା କରନ୍ତୁ; କୌଣସି ଅସୁବିଧା ହେବନି ।