ଭୁବନେଶ୍ୱର(ଏସ୍ ନ୍ୟୁଜ): ଆସନ୍ତା ୨୯ ତାରିଖରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ ରାଜ୍ୟ ବିଧାନସଭା ସଚିବ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ଅକ୍ଟୋବର ୭ ତାରିଖ ଯାଏଁ ଏହି ଅଧିବେଶନ ଚାଲିବ। ଏଥିରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ଏପରିକି ଅକ୍ଟୋବର ୪ ତାରିଖ ରବିବାର ଦିନ ମଧ୍ୟ ଅଧିବେଶନ ଚାଲିବ। କେବଳ ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଯୋଗୁଁ ବିଧାନସଭା କାର୍ଯ୍ୟ ବନ୍ଦ ରହିବ ।

ଷୋଡ଼ଶ ବିଧାନସଭାର ଏହା ହେବ ଚତୁର୍ଥ ଅଧିବେଶନ । ତେବେ ବିଧାନସଭା ମଧ୍ୟକୁ ସାମ୍ବାଦିକଙ୍କ ପ୍ରବେଶ ସମ୍ପର୍କରେ କିଛି ଉଲ୍ଲେଖ ହୋଇନାହିଁ । ଅନ୍ୟପଟେ ପ୍ରବେଶ ପୂର୍ବରୁ ସମସ୍ତ ବିଧାୟକ, ଅଫିସର ଏବଂ କର୍ମଚାରୀଙ୍କର କରୋନା ଟେଷ୍ଟ ହେବବୋଲି କୁହାଯାଇଥିଲେ ହେଁ ସେଥିପାଇଁ ବ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦିଆଯାଇନାହିଁ ।