ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଜୟଶ୍ରୀ ନନ୍ଦନକାନନରେ ସବୁଠାରୁ ପ୍ରାପ୍ତ ବୟସ ୨ ବର୍ଷ ୧୧ ମାସରେ ପ୍ରଥମ ଥର ମା’ ହୋଇଛି। ବିଳମ୍ବିତ ରାତିରେ ପୃଥକ ପୃଥକ ସମୟ ବ୍ୟବଧାନରେ ୩ଟି ଶାବକ ଜନ୍ମ ଦେଇଥିଲା। ୨ଟି ଶାବକର ମୃତ୍ୟୁ ଘଟିଥିବାବେଳେ ଜଣେ ଶାବକ ଜୀବିତ ଥିଲା। ହେଲେ ତାକୁ ମା’ ଗ୍ରହଣ କରିନଥିଲା। କର୍ତ୍ତୃପକ୍ଷ ସାବକଟିକୁ ଲାଳନ ପାଳନ ଉଦେଶ୍ୟରେ ହ୍ୟୁଣ୍ଡ ରିୟରିଙ୍ଗ ସେଣ୍ଟରରେ ରଖିଛନ୍ତି । ନୂଆ ଶବକ ଜନ୍ମ ପରେ ବାଘଙ୍କ ସଂଖ୍ୟା ଏବେ ୨୯ କୁ ବୃଦ୍ଧି ପାଇଛି। ଉଭୟଙ୍କ ଉପରେ ସିସିଟିଭି ଜରିଆରେ ନଜର ରଖାଯାଇଛି। ସୂଚନାଯୋଗ୍ୟ ଯେ, ନନ୍ଦନାକନନ ପ୍ରାଣୀ ଉଦ୍ୟାନରେ ୧୦୧ ଦିନର ଗର୍ଭଧାରଣ ପରେ ଏହି ଜନ୍ମ ଜୟଶ୍ରୀଙ୍କ ପ୍ରଥମ ଶାବକ। ଜୟଶ୍ରୀ ସେପ୍ଟେମ୍ବର ୧୫ ରୁ ୧୭, ୨୦୨୫ ମଧ୍ୟରେ ବାଘ ଅମିତ ସହିତ ମିଳନ କରିଥିଲା। ପ୍ରଥମ ପ୍ରସବ ହୋଇଥିବାରୁ, ବାଘୁଣୀ ପାଖରେ ମାତୃତ୍ୱଗତ ପ୍ରବୃତ୍ତିର ଅଭାବ ଥିବା କୁହାଯାଉଛି। ଏହା ବାଘୁଣୀ ମଧ୍ୟରେ ଶାବକମାନଙ୍କର ଯତ୍ନ ନେବାର କ୍ଷମତାକୁ ପ୍ରଭାବିତ କରିଥିବା ଅନୁମାନ କରାଯାଉଛି। ପ୍ରଥମ ଶାବକଟି ପୂର୍ବାହ୍ନ ୧୧ଟା ୫୫ରେ ଜନ୍ମ ହୋଇଥିଲା।