ଜଗତସିଂପୁର, (ଏସ୍ ନ୍ୟୁଜ): ଝିଅଙ୍କୁ ହତ୍ୟାକରି ବାପା ଆତ୍ମହତ୍ୟା କଲା । ଏପରିକି ସ୍ତ୍ରୀକୁ ମଧ୍ୟ ଆକ୍ରମଣ କଲା । କିନ୍ତୁ ସ୍ତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ । ଘର ଭିତରି ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ । ମୃତକ ହେଲେ ଲୋକନାଥ ପାଲ । ଲୋକନାଥଙ୍କ ଆକ୍ରମଣରେ ଝିଅ ମଧୁସ୍ମିତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ କଳ୍ପନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜଗତସିଂପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।