ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ପିତାପଲ୍ଲୀ ଛକ ନିକଟରେ ରହିଥିବା ଜାତୀୟ ରାଜପଥରେ ଏକ ଭୟଙ୍କର ରାସ୍ତା ଦୁର୍ଘଟଣାରେ, ତିନି ଜଣ ବ୍ୟକ୍ତି ହରାଇଛନ୍ତି ନିଜ ଜୀବନ । ଜାତୀୟ ରାଜପଥ ନଂ୫୭ରେ ଏମିତି ଘଟଣା ଘଟିଛି । ଗୋଟେ ଟ୍ରକ ଜାତୀୟ ରାଜପଥରେ ଯାଉଥିବା ସମୟରେ ପଛରୁ ଆସି କାର ପିଟି ହୋଇଯାଇଥିଲା ସେହି ଟ୍ରକ ସହ ଯେଉଁଥିରେ ଯାତ୍ରା କରୁଥିବା ତିନି ଜଣ ବ୍ୟକ୍ତିଙ୍କର ଚାଲିଯାଇଥିଲା ଜୀବନ ।
ଘଟଣା ଏତେ ତୀବ୍ର ହୋଇଥିଲେ ଯେ ଦୁଇ ଜଣ ଘଟଣା ସ୍ଥଳରେ ଜୀବନ ହରାଇଥିଲେ ଏବଂ ତୃତୀୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ପରେ ସେ ବି ତାଙ୍କର ଶେଷ ନିଶ୍ୱାସ ନେଇଥିଲେ ଡାକ୍ତରଖାନାରେ । ପୋଲିସ ଖବର ପାଇ ଘଟଣା ସ୍ଥାନରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ନାମ ହେଉଛି ବିଶ୍ୱ ଚେତନ ମିଶ୍ର, ବିଶ୍ୱରଂଜନ ସେଠି, ଓ ପ୍ରଶାନ୍ତ ପ୍ରଧାନ ଭୁବନେଶ୍ୱରରୁ ଖୋର୍ଦ୍ଧା ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।