ବେଗୁନିଆ: ଦିନକୁ ଦିନ ବୃଦ୍ଧି ପାଉଛି ବ୍ରାଉନ୍ ସୁଗାର୍ କାରବାର । ବେଗୁନିଆ ଅବକାରୀ ବିଭାଗ କପାସିଆ ସ୍କୁଲ ନିକଟରେ ଚଢାଉ କରି ୧୦୫ ଗ୍ରାମ୍ ଧଳା ଜହର ସମେତ ତିନିଜଣଙ୍କୁ ଗିରଫ କରିଛି । ତିନୋଟି ମୋବାଇଲ ଓ ଦୁଇଟି ବାଇକ ଜବତ କରିଛି । ବେଗୁନିଆ ଅବକାରୀ ଅଧିକାରୀ ବୋଲଗଡ ଥାନା ଅଂଚଳରେ ପାଟ୍ରୋଲିଂ ସମୟରେ ଚୋରା ବେପାରୀଙ୍କୁ ଧରିଛନ୍ତି । ଜବତ ବ୍ରାଉନ୍ ସୁଗାର୍ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।