ବ୍ଲକସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

ଦଶପଲ୍ଲା ବ୍ଲକ ମିଶନ ଶକ୍ତି ଗୃହରେ….

ଦଶପଲ୍ଲା: ଦଶପଲ୍ଲା ବ୍ଲକ ମିଶନ ଶକ୍ତି ଗୃହରେ ସୋମବାର ଦିନ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସପି ଏସ ସୁଶ୍ରୀ, ଏସଡ଼ିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମରଦାର, ସିଡ଼ିଏମଓ ସୁଶାନ୍ତ କୁମାର ଦାସ, ବ୍ଲକ ଅଧକ୍ଷା ସୁନନ୍ଦା ସାହୁଙ୍କ ଉପସ୍ଥିତିରେ ଶୁଣାଣି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ଦଶପଲ୍ଲା ଥାନା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ମେଡିକାଲ ଅଫିସର, ଫରେଷ୍ଟର ଓ ଅନ୍ୟ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜି ମୋଟ ୯୫ ଗୋଟି ମାମଲା ମଧ୍ୟରୁ ବ୍ୟକ୍ତିଗତ ୬୬ ଗୋଟି ମାମଲା, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୦୨ ଗୋଟି ମାମଲା, ଗ୍ରାମ୍ୟ ବିବାଦ ୦୯ ଗୋଟି ମାମଲା ଦରଖାସ୍ତ ହୋଇଥିଲା

ବେଳେ ୧୮ ଗୋଟି ମାମଲା ତୁରନ୍ତ ଫଇସଲା ହୋଇଥିଲା । ତେବେ ଅନ୍ୟ ବ୍ଲକ ରେ ଜନଶୁଣାଣୀ ଶିବିରରେ ସମସ୍ତଙ୍କ ନିମନ୍ତେ ଖାଦ୍ୟ ଦିଆଯାଉଥିବା ଶୁଣାଯାଉଛି ହେଲେ ଦଶପଲ୍ଲା ବ୍ଲକ ରେ ଦିଆଯାଉନଥିବା ଅଭିଯୋଗ ହେଉଅଛି ।