ସରକାରୀ ଅଫିସ ଲାଗି ନୂଆ କୋଭିଡ଼ କଟକଣା-shaksi news

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିଥିବା ବେଳେ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍। ସରକାରୀ ଅଫିସରେ ନୂଆବର୍ଷ କଟକଣା ଅନୁଯାୟୀ ସାମାଜିକ ଦୂରତା ସହ ଭର୍ଚୁଆଲ୍ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଷ୍ଟାପ୍‌ ପରସ୍ପରକୁ ଭେଟି ବା ଅଫିସରକୁ ଭେଟି ଅଭିନନ୍ଦନ ନଜଣାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେହିପରି ପୂର୍ବଭଳି ନୂଆ ଗାଇଡଲାଇନ୍ ମୁତାବକ କଟକ ଓ ଭୁବନେଶ୍ୱରରେ ୭୫% କର୍ମଚାରୀରେ ଅଫିସ ଚାଲି । ସମସ୍ତ ବିଭାଗୀୟ ଓ ଅଧସ୍ତନ କାର୍ଯ୍ୟାଳୟ ୭୫% କର୍ମଚାରୀରେ ଚାଲିବ । ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ । ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ।

ଅନ୍ୟପଟେ ସାରାବିଶ୍ୱରେ କରୋନାର ନୂଆ ଷ୍ଟ୍ରେନ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ନୂଆବର୍ଷ ପାର୍ଟି ଉପରେ କଟକଣା ଲଗାଯାଇଛି । ନୂଆବର୍ଷ ପୂର୍ବ ରାତିରେ ଓ ପର ଦିନ କୌଣସି ସ୍ଥାନରେ ପାର୍ଟି ଆୟୋଜନ ଉପରେ କଟକଣା ଲଗାଇଥିଲେ ପ୍ରଶାସନ । ସେହିପରି ବିଏମ୍‌ସି ଓ ସିଏମ୍‌ସି ପକ୍ଷରୁ ପାର୍ଟି ଆୟୋଜନ ଉପରେ ରୋକ ଲଗାଇଛି ।