୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର: ରାଜ୍ୟ ସରକାର-shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ): ସରକାରୀ ଅର୍ଥ ହଡପ ଅଭିଯୋଗରେ ୬ ଅଧିକାରୀଙ୍କ ଆଜି ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗତା ନେଇ ଅଧିକାରୀଙ୍କ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୪ ଜଣ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗ ଅଧିକାରୀଙ୍କ ଅବସର ଦିଆଯାଇଥିବା ଜଣାପଡିଛି ।

ତେବେ ଏହି ସରକାରୀ ଅଧିକାରୀଙ୍କ ନାଁରେ ସରକାରୀ ଅର୍ଥ ହଡପ ଅଭିଯୋଗରେ ଭିଜିଲାନ୍ସରେ ମାମଲା ରହିଥିଲା ଏହାକୁ ନେଇ ଏମାନଙ୍କୁବାଧ୍ୟତାମୂଳକ ଅବସର ଦିଆଯାଇଛି।

୬ ଅଧିକାରୀ ହେଲେ କେନ୍ଦୁଝର ଆରଡବ୍ଲୁଡିର ଡେପୁଟି ଏକ୍ସିକ୍ୟୁଟିଭ ଇଞ୍ଜିନିୟର ଅଜିତ କୁମାର ଦେବତାଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି । ଏକ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି । କଟକ R&B ଡିଭିଜନର କ୍ବାଲିଟି କଣ୍ଟ୍ରୋଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜିତେନ୍ଦ୍ର କୁମାର ଦଳାଇଙ୍କ ନାଁରେ ଦୁଇଟି ଭିଜିଲାନ୍ସ ମାମଲା ରହିଛି । ସେହିପରି ମୟୁରଭଞ୍ଜ କରଞ୍ଜିଆର ରୁରାଲ ଓ୍ବାର୍କସ, ସେକ୍ସନ-Iର ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ ପରିଡା ତିନୋଟି ଭିଜିଲାନ୍ସ ମାମଲା ରହିଛି ।

ଭୁବନେଶ୍ବର R&B ଡିଭିଜନ-IIର ଆସିଷ୍ଟାଣ୍ଟ ଇଞ୍ଜିନିୟର ଗଣେଶ୍ବର ସେଠୀଙ୍କ ବିରୁଦ୍ଧରେ ଅଶୋଭନୀୟ ବ୍ୟବହାର ତଥା କର୍ତ୍ତବ୍ୟରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ସମ୍ବଲପୁର ଓଡିଶା ପାନୀୟ ନିଗମ ଡିପୋର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟରତ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ ଜୟଦୀପ ପଟ୍ଟନାୟକଙ୍କ ବିରୋଧରେ ଦାୟିତ୍ବରେ ଅବହେଳା ଅଭିଯୋଗ ରହିଛି । ସୁନ୍ଦରଗଡର ଅବକାରୀ ନୀରିକ୍ଷକ ରିହାଜ ଅହମ୍ମଦ ବେଗ୍ ପାଞ୍ଚ ଥର ନିଲମ୍ବିତ ହୋଇଛନ୍ତି ।