ନୂଆ ଆକ୍ରାନ୍ତ ୧୭୩, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ସୀମତି ଥିବା ଦେଖାଯାଇଛି। ୧୭୩ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଶୂନ୍ୟ ରୁ ୧୮ ବର୍ଷ ମଧ୍ୟରେ ୨୬, ସଙ୍ଗରୋଧରୁ ୯୮, ସ୍ଥାନୀୟ ୭୫।

୧୯ ଜିିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧, ବାଲେଶ୍ୱର ୩, ଭଦ୍ରକ ୨, ବୌଦ୍ଧ ୧, କଟକ ୧୨, ଦେଓଗଡ ୬, ଢେଙ୍କାନାଳ ୪, ଗଜପତି ୩, ଗଞ୍ଜାମ ୧, ଜଗତସିଂହପୁର ୧, ଯାଜପୁର ୯, କଳାହାଣ୍ଡି ୩, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୮୪, ମୟୁରଭଞ୍ଜ ୧, ପୁରୀ ୧, ରାୟଗଡା ୪, ସମ୍ବଲପୁର ୧, ସୁନ୍ଦରଗଡ ୧୫, ଷ୍ଟେଟ ପୁଲରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୩୧୮ରେ ପହଞ୍ଚିଛି। ୧୦,୪୧,୮୩୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧,୯୮୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।