ଓଡ଼ିଶା ବନ୍ଦ ର ସଫଳତା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୧୫.୦୨: କେନ୍ଦ୍ର ବିଜେପି ସରକାରଙ୍କର ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ଓଡ଼ିଶା ବନ୍ଦ ସଂର୍ପୂ ସଫଳ ହୋଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ବନ୍ଦ ଡାକରା ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷାକରିବା ପାଇଁ ଉଦିଷ୍ଟ ଥିଲା । ପେଟ୍ରୋଲ, ଡିଜେଲର ଏବଂ ରନ୍ଧନ ଗ୍ୟସର ଅହେତୁକ ଦରବୃଦ୍ଧି ଓଡ଼ିଶାର ସବୁ ବର୍ଗର ଜନସାଧାରଣ ବିଶେଷକରି ଗରୀବ ଖଟିଖିଆ, କୃଷକ, ନିମ୍ନମଧ୍ୟବିତ, ସ୍ୱଳ୍ପ ଆୟକାରୀ କର୍ମଚାରୀ ମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ।

ଏହି ବନ୍ଦ ଡାକରା ଦିଆଯିବା ବହୁ ପୂର୍ବରୁ ରାଜ୍ୟ କଂଗ୍ରେସ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପେଟ୍ରୋଲ ଓ ଡିଜେଲ ଉପରେ ୧୦ଟଙ୍କା ଟିକସ ଛାଡ଼ କରିବା ପାଇଁ ଅନୁରୋଧ କରାଯାଇଥିଲା । କଂଗ୍ରେସର ଏହି ଅନୁରୋଧ ପରେ ଦୀର୍ଘ ୧ ମାସ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ଟିକସ ଛାଡ଼ ପାଇଁ କୌଣସି ନିଷ୍ପତି ନେଲେ ନାହିଁ । ବରଂ ତାଙ୍କ ରାଜକୋଷ ବଢ଼ାଇବା ପାଇଁ କେନ୍ଦ୍ର ବିଜେପି ସରକାରଙ୍କ ତୈଳ ଦରବୃଦ୍ଧି ନିଷ୍ପତିକୁ ମୁପାତି ସମର୍ଥନ ଦେଇଛନ୍ତି ।
କରୋନା ମହାମାରୀ ସମୟରେ ସାଧାରଣ ଜନତା ଜୀବିକା ହରାଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମୋଦି ସରକାରଙ୍କ ପ୍ରେ।।ହନରେ କେବଳ ୧% ପୁଞ୍ଜିପତିଙ୍କର ୩୫% ପୁଞ୍ଜି ଅବିବୃଦ୍ଧି ଘଟିଛି । କିନ୍ତୁ ସେହି ଅନୁପାତରେ ଭାରତବର୍ଷର ଅର୍ଥନୀତି ଏକ ସ୍ଥାଣୁ (ଜରମରଗ୍ଦଗ୍ଦସକ୍ଟଦ୍ଭ) ଅର୍ଥନୀତିରୂପେ ପରିଗଣିତ ହେଉଛି ।

ଏହି ସମୟରେ ଲୋକଙ୍କର ରୋଜଗାର ଅତି ଦ୍ରୁତ ଗତିରେ ହ୍ରାସ ପାଇଛି ଏବଂ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଠିକ୍ ସେହି ସମୟରେ ପ୍ରତି ଦିନ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଦର ବଢ଼ି ବଢ଼ି ଚାଲିଛି । ଏହି ତୈଳ ଦର ବୃଦ୍ଧି ଯୋଗୁଁ ଦୈନନ୍ଦିନ ବ୍ୟବହାର୍ଯ୍ୟ ଉପକରଣ ଏବଂ ଖାଦ୍ୟପଦାର୍ଥର ଦାମ ମଧ୍ୟ ବୃଦ୍ଧି ଘଟିଛି । ତେଣୁ ରାଜ୍ୟବାସୀ ସିଧାସଳଖ ଭାବରେ ବହୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଓଡ଼ିଶା ବନ୍ଦକୁ ସାଧାରଣ ଜନତା ଅକୁଣ୍ଠ ସମର୍ଥନ ଦେଇଥିବାରୁ ସଭାପତି ଶ୍ରୀ ପନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏଥିସହ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ଏବଂ ଜିଲ୍ଲାସ୍ତରରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ତଥା କର୍ମୀମାନଙ୍କୁ ଏହି ବନ୍ଦର ସଫଳତା ପାଇଁ ଶ୍ରେୟ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ଓ ସଦର ମହାକୁମା ସହ ସହ ରାଜଧାନୀ ଭୁବନେଶ୍ୱର ଠାରେ କଂଗ୍ରେସ ନେତୃବୃନ୍ଦ ଏହି ବନ୍ଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଭୁବନେଶ୍ୱର ବନ୍ଦ ପାଳନରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପନାୟକଙ୍କ ସମେତ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ପିସିସି ସଭାପତି ଶରତ ପନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପନାୟକ, ଯୁବକଂଗ୍ରେସ ସଭାପତି, ସ୍ମୃତି ରଞ୍ଜନ ଲେଙ୍କା, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ, କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପନାୟକ, ରଜନୀ ମହାନ୍ତି, ଅମୀୟ ପାବ, ହଳଧର ସେଠୀ, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଦୀପକ କୁମାର ମହାପାତ୍ର, ରଜତ ଚୌଧୁରୀ, ମନୋଜ ବିଶ୍ୱାଳ, ନିହାର ବେହେରା, ବିଶ୍ୱଜିତ ଲେଙ୍କା, ନିରଞ୍ଜ ନାୟକ, ଆଦିତ୍ୟ ପ୍ରିତମ ଦାସ, ଦେବୀ ପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲ୍ଲିଆ, ମାନସ ଆଚାର୍ଯ୍ୟ, ସ୍ୱଗତ କର, ରଞ୍ଜିତ ପାତ୍ର, ଦୀପକ ସାହୁ, ଚିନ୍ମୟ ସୁନ୍ଦର ଦାଶ, ଶ୍ରୀୟାସ୍ମିତା ପା, ଶ୍ରେୟା ମହାନ୍ତି, ନରେଶ ମହାନ୍ତି, ମିହିର ଆଚାର୍ଯ୍ୟ, କୁସୁମ ପ୍ରଧାନ, ଜୟକୃଷ୍ଣ ସୁୁବୁଦ୍ଧି, ମୋହନ ଜେନା, ମନୋଜ ସାହୁ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ପ୍ରଣତି ମିଶ୍ର, କୈଳାସ ସାହୁ, କୁଳମଣି ସାହୁ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇଥିଲେ ।