ମନ୍ତ୍ରୀ ନୁହନ୍ତି; ଗାଡି ଖାଇଲା ଢେଲା ମାଡ଼

ରାଜା ସ୍ୱାଇଁଙ୍କ ଗାଡ଼ିକୁ ଟେକା ମାରିଲା କିଏ?

ଭୁବନେଶ୍ୱର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ିକୁ ଟେକାମାଡ଼ କରାଯାଇଛି । କିଛି ଅଜଣା ଲୋକ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟେକାମାଡ଼ କରିବାର କାରଣ ଜାଣିବା ପାଇଁ ପୁଲିସ ଉଦ୍ୟମ କରୁଛି । ଟେକାମାଡ଼ ସମୟରେ ଗାଡ଼ିରେ ମନ୍ତ୍ରୀଙ୍କ ପୁଅ ବସିଥିଲେ ।

ଶନିବାର ସନ୍ଧ୍ୟାରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜା ସ୍ୱାଇଁଙ୍କ ପୁଅ ଘରକୁ ଫେରୁଥିଲେ । ରାଧାପତିପୁର ଛକ ନିକଟରେ ତାଙ୍କ ଗାଡ଼ି ଉପରକୁ ଟେକା ମରାଯାଇଥିଲା । ଟେକା ମାଡ଼ରେ ଗାଡ଼ି ଚାଳକ ଆହତ ହୋଇଛନ୍ତି ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟର ବଳିଷ୍ଠ ମନ୍ତ୍ରୀ ରାଜା ସ୍ୱାଇଁ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ଉଦ୍ୟମ କରିଛନ୍ତି ବୋଲି ତାଙ୍କୁ ଦେଖି ସହି ପାରୁ ନଥିବା ଲୋକମାନେ ପ୍ରଚାର କରୁଛନ୍ତି ।