ଭୁବନେଶ୍ୱର,(ଏସ୍ ନ୍ୟୁଜ): ରେଳ ବଜେଟରେ ରାଜ୍ୟ ସରକାର ଦୁଇଟି ପାର୍ଟରେ ଦାବି ଉପସ୍ଥାପନ କରିଛନ୍ତି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଚଳିତ ରେଳ ବଜେଟ ପାଇଁ ଓଡିଶା ୭୨୦୦ କୋଟି ଟଙ୍କା ଦାବି କରିଛି । ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କାର ଦାବି କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ହୋଇଛି । ରେଳ ବଜେଟରେ ଓଡିଶାର ଦାବି ପୂରଣ ହେବା ଦରକାର । ବିଭିନ୍ନ ରେଳ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ ନିଜର ପ୍ରତିକିୟାରେ କହିଛନ୍ତି ।