ପୁଣି ୨୨୩୯ ପଜିଟିଭ୍ ଚିହ୍ନଟ, ୯ ମୃତ
ଭୁବନେଶ୍ୱର(ଏସ୍ ନ୍ୟୁଜ): ଗତକାଲି ପରୀକ୍ଷା ହୋଇଥିବା ନମୂନା ମଧ୍ୟରୁ ରାଜ୍ୟରେ ୨୨୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪୧୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୮୨୩ଟି ଲୋକାଲ କେସ୍ ରହିଛି। ଏହାସହ ପୁଣି ୯ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ କରୋନା।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୪୬, ନୟାଗଡ଼ରୁ ୧୪୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦ ଏବଂ କଟକରୁ ୧୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୫୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ୍ଙ୍କ ସଂଖ୍ୟା ୬୪,୫୩୩ ଛୁଇଁଥିବା ବେଳେ ଆକ୍ଟିଭ୍ କେସ୍ ୨୦,୩୩୯ ରହିଛି। ସେହିଭଳି ଏବେସୁଦ୍ଧା ରାଜ୍ୟରେ ୪୩,୭୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ସେହିଭଳି ୯ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୬୨ ଛୁଇଁଛି।