ରେକର୍ଡ଼ ୨୯୯୩ ପଜିଟିଭ ଚିହ୍ନଟ, ପୁଣି ୧୦ ମୃତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ଆଜି ୨୯୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଛନ୍ତି ୧୮୭୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଜଣ । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦ ବୃଦ୍ଧି ପାଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୨୧, ବାଲେଶ୍ୱରରୁ ୧୧୫, ବରଗଡରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗୀରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଢେଙ୍କାନାଳରୁ ୬୦, ଗଜପତିରୁ ୪୩, ଗଞ୍ଜାମରୁ ୨୭୧, ଜଗତସିଂହପୁରରୁ ୪୬, ଯାଜପୁରରୁ ୧୨୧, ଝାରସୁଗୁଡାରୁ ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରପଡାରୁ ୪୩, କେନ୍ଦୁଝରରୁ ୬୩, କେରାପୁଟରୁ ୯୫, ମାଲାକାନଗିରିରୁ ୮୫, ମୟୂରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୬୮, ନୟାଗଡରୁ ୧୫୩, ନୂଆପଡାରୁ ୧୧, ପୁରୀରୁ ୧୫୬, ରାୟଗଡାରୁ ୧୩୭, ସମ୍ବଲପୁରରୁ ୧୦୪, ସୋନପୁରରୁ ୪୦ ଓ ସୁନ୍ଦରଗଡରୁ ୭୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଇତିମଧ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣ, କଟକରୁ ୨, ରାୟଗଡ଼ାରୁ ୨ ଏବଂ ବଲାଙ୍ଗୀର, ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ସେହିଭଳି ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୭୭୩ ଆକ୍ରାନ୍ତ ସୁସ୍ଥଲାଭ କରିଛନ୍ତି। ଏଥିସହ ସୁସ୍ଥ ହୋଇସାରିଥିବା ମୋଟ ରୋଗୀଙ୍କ ସଂଖ୍ୟା ଓଡ଼ିଶାରେ ୫୨,୨୭୬ରେ ପହଁଚିଛି। ୨୫,୭୯୨ ବର୍ତ୍ତମାନ ଆକ୍ଟିଭ କେସ ରହିଛି।