୪,୨୪୧ ନୂଆ ପଜିଟିଭ୍ ଚିହ୍ନଟ, ୧୩ ମୃତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ପୁଣି ୪୨୪୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୩୯ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ପାର୍ କରିଛି। ସେହିଭଳି ପୁଣି ୧୩ ଆକ୍ରାନ୍ତଙ୍କ ଜୀବନ ନେଇଛି ଏହି ମହାମାରୀ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଜଣ, କଟକରୁ ୩୮୯ ଜଣ, ପୁରୀରୁ ୨୯୧ ଜଣ,ସୁନ୍ଦରଗଡ଼ରୁ ୧୫୪ ଜଣ,ଯାଜପୁରରୁ ୧୫୦ ଜଣ, ବରଗଡ଼ରୁ ୧୪୯ ଜଣ, ମୟୂରଭଞ୍ଜରୁ ୧୪୭ ଜଣ,ବାଲେଶ୍ବରରୁ ୧୪୧ ଜଣ, ସୋନପୁରରୁ ୧୨୯ ଜଣ, ଜଗତସିଂହପୁରରୁ ୧୨୬ ଜଣ, କନ୍ଧମାଳରୁ ୧୧୬ ଜଣ, କଳାହାଣ୍ଡିରୁ ୧୧୪ ଜର, ଝାରସୁଗୁଡାରୁ ୧୧୧ ଜଣ, ନବରଙ୍ଗପୁରରୁ ୧୦୭ ଜଣ, କେନ୍ଦ୍ରାପଡ଼ାରୁ ୧୦୩ ଜଣ,ନୂଆପଡ଼ାରୁ ୯୯ ଜଣ,କୋରାପୁଟରୁ ୯୮ ଜଣ, ବୌଦ୍ଧରୁ ୯୪ ଜଣ, ନୟାଗଡ଼ରୁ ୯୪ ଜଣ, ସମ୍ବଲପୁରରୁ ୯୧ ଜଣ,ଢ଼େଙ୍କାନାଳରୁ ୮୬ ଜଣ, ଅନୁଗୁଳରୁ ୮୪ ଜଣ,କେନ୍ଦୁଝରରୁ ୭୭ ଜଣ, ଗଞ୍ଜାମରୁ ୭୫ ଜଣ, ରାୟଗଡ଼ାରୁ ୬୬ ଜଣ, ବଲାଙ୍ଗୀରରୁ ୪୪ ଜଣ,ମାଲକାନଗିରିରୁ ୨୮ ଜଣ, ଗଜପତିରୁ ୨୩ ଜଣ, ଦେବଗଡ଼ରୁ ୬ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୩୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ପୁଣି ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସଂପୃକ୍ତ ମୃତଙ୍କ ମଧ୍ୟରୁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ଲେଖାଏଁ, ଗଜପତି ଜିଲ୍ଲାରୁ ୨ ଜଣ, ବାଲେଶ୍ବର, କଟକ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୬୭ ହଜାର ୧୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୬ ହଜାର ୫୮୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୨୯ହଜାର ୮୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୬ ଲକ୍ଷ ୧୯ ହଜାର ୬୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି।