ମା’କୁ ମାରିଦେଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଲୁହା ରଡ଼ରେ ମା’କୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ପୁଅ। ରାଜଧାନୀ ଏୟାରଫିଲ୍ଡ ଥାନା ଅଧିନରେ ଘଟିଛି ଏହି ଛାତିଥରା ଘଟଣା। ଦୁଇ ଜଣଙ୍କ ବୟସ ମାତ୍ର ୧୨ ଓ ୧୫ ବର୍ଷ ବୋଲି ଜଣାପଡ଼ିଛି।

ପୋଲିସ ଦୁଇ ନାବାଳକଙ୍କୁ ଅଟକ ରଖିଛି। ପଚରାଉଚରା ପରେ ଘରୋଇ କଳିରୁ ଏହି ଜଘନ୍ୟ କାଣ୍ଡ ସୃଷ୍ଟି ହୋଇଥିବା ପୋଲିସ ଜାଣିବାକୁ ପାଇଛି। ମା’ ନିଶାସକ୍ତ ଅବସ୍ଥାରେ ଦୁଇ ଭାଇଙ୍କୁ ମାରଧର କରି ଆସୁଥିବା ସେମାନେ ଜଣାଇଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ଗତାକାଲି ସେମାନେ ମା’ ବିନୋଦିନୀ ମିଶ୍ରଙ୍କୁ ମିଳିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ତାଙ୍କ ମୃତଦେହକୁ ବାଥରୁମରେ ତାଲା ପକାଇ ଦୁଇ ଭାଇ ଚାଲିଯାଇଥିଲେ।

Parents of Rohini woman, killed by husband, in shock

କେହି ଜଣେ ଦୁର୍ବୃତ୍ତ ତାଙ୍କ ମା’କୁ ଆକ୍ରମଣ କରିଥିବା ଦୁଇ ଭାଇ ଆପାର୍ଟମେଣ୍ଟ ସିକ୍ୟୁରିଟିକୁ ଫୋନ ଯୋଗେ ଜଣାଇଥିଲେ। ତେବେ ସେମାନେ ବାହାର ପଟୁ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଦୁଇ ଭାଇଙ୍କୁ କାବୁ କରିବା ପରେ ସେମାନେ କରିଥିବା କରନାମା ବାବଦରେ ପୋଲିସକୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି।