ଭୁବନେଶ୍ୱର: ସାରା ରାଜ୍ୟରେ ଧୀରେ ଧୀରେ ଶୀତର ମାତ୍ରା ବଢିବାର ଲାଗିଛି । ସକାଳୁ ଘନ ଘୁହୁଡି ସହ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବର ହ୍ରାସ ତାପମାତ୍ରାକୁ କମାଇ ଦେଉଛି । ଫଳରେ ଶୀତରେ ଥରୁଛି ସାରା ଓଡିଶା । ଏଥିସହିତ ସ୍ୱାଭିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ପାରଦ ଖସିଛି । ଯେଉଁ କାରଣରୁ ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୯ ସହର ।
ସୁନ୍ଦରଗଡର କିରେଇ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ସେଠାରେ ତାପମାତ୍ରା ୯.୫ ଡିଗ୍ରୀ ରହିଛି । ସେହିପରି ଜି. ଉଦୟଗିରିରେ ୧୦ ଡିଗ୍ରୀ, ଦାରିଙ୍ଗବାଡି ଓ ଫୁଲବାଣୀରେ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏତତ୍ ବ୍ୟତୀତ ଭୁବନେଶ୍ୱରରେ ୧୪.୫ ଏବଂ କଟକରେ ତାପମାତ୍ରା ୧୫ ଡିଗ୍ରୀ ରହିଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ସୂଚନା ଦେଇଛି ।