କୋଭିଡ୍‌ ସମୟରେ ଉପଭୋକ୍ତାଙ୍କୁ ଲୁଟିଛି ୟୁରେକା ଫର୍ବସ

ଟାର୍ଗେଟ୍‌ରେ ଭୁବନେଶ୍ୱର ଫରେଷ୍ଟ ପାର୍କର ଭାରତୀ ଟାୱାର

ଭୁବନେଶ୍ୱର: ଭାରତରେ ପ୍ରତିଷ୍ଠିତ ବହୁ କମ୍ପାନୀର ଉପଭୋକ୍ତା ସେବା ଅତ୍ୟନ୍ତ ଶୋଚନୀୟ ବୋଲି ଏକ ସର୍ବେକ୍ଷଣ ସଂସ୍ଥା କହିଛି । ନୂଆଦିଲ୍ଲୀର ଏକ ସର୍ବେକ୍ଷଣ ସଂସ୍ଥା ‘ୱାଚ୍‌’ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ କୋଭିଡ୍‌ ମହାମାରୀ ସମୟରେ ସାରା ଦେଶବାସୀ ଲକ୍‌ଡାଉନ୍‌, ସର୍ଟଡାଉନ୍‌, ସଙ୍ଗରୋଧ ଭିତରେ ଛଟପଟ ହେଉଥିଲା ବେଳେ ଅନ୍‌ଲାଇନ୍‌ ସେବା ଆଳରେ ଭାରତର ବହୁ ପ୍ରତିଷ୍ଠିତ କମ୍ପାନୀ ଉପଭୋକ୍ତାଙ୍କଠାରୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କା ଲୁଟି ନେଇଛନ୍ତି ।

ଭାରତର ଉଦ୍ୟୋଗ ଦୁନିଆରେ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ଜିନିଷ ବିକିବା ପାଇଁ ଯେତିକି ତତ୍ପରତା ଦେଖାଇଥାନ୍ତି । ବିକ୍ରି ସମୟରେ ଉପଯୁକ୍ତ ସେବା ପ୍ରଦାନ ପାଇଁ ଯେଉଁ ଲିଖିତ ପ୍ରତିଶ୍ରୁତିମାନ ଦେଇଥାନ୍ତି । ତାକୁ ପାଳନ କରିବାକୁ ପଛଘୁଂଚା ଦେଇଥାନ୍ତି । ରିଲାଏନ୍ସ ଭଳି ଲୋକପ୍ରିୟ କମ୍ପାନୀ ମଧ୍ୟ ଉପଭୋକ୍ତାଙ୍କୁ ନାନା ବାହାନା କରି ସେବା ଦେବାକୁ ମନା କରିଦେଇଛି ।
କରୋନା ସମୟରେ ଲୋକଙ୍କୁ ଠକିଥିବା କମ୍ପାନୀ ଭିତରେ ପ୍ରଥମରେ ଅଛି ୟୁରେକା ଫର୍ବସ । କରୋନା ସମୟରେ ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ତାଲା ପଡ଼ିଗଲା । ୟୁରେକା ଫର୍ବସ ସହ ଅନୁବନ୍ଧିତ ବହୁ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକରେ ମଧ୍ୟ ତାଲା ଝୁଲିଲା । ତା’ରି ଭିତରେ ୟୁରେକା ପୁରୁଣା ଉପଭୋକ୍ତାଙ୍କ ପାଇଁ ଏକ ଅନ୍‌ ଲାଇନ୍‌ ସେବା ବ୍ୟବସ୍ଥା ଆରମ୍ଭ କଲା । ଉପଭୋକ୍ତାଙ୍କୁ ନିର୍ଦ୍ଧାରିତ ସମୟ ପାଇଁ ସେବା ଯୋଗାଇବା ଆଳରେ ମୁଣ୍ଡପିଛା ୭ ହଜାର ଟଙ୍କାରୁ ଅଧିକ ସଂଗ୍ରହ କରିଛି ।

ଏହି କ୍ରମରେ ସର୍ବେକ୍ଷଣ ସଂସ୍ଥା ପ୍ରଥମେ ଓଡ଼ିଶା ବଜାରକୁ ସର୍ଭେ କରିଥିଲା । ପ୍ରାୟ ୩୦୦ ୟୁରେକା ଉପଭୋକ୍ତାଙ୍କୁ ସର୍ବେକ୍ଷଣ ଅନ୍ତର୍ଭୁକ୍ତ କରାଯାଇଥିଲା ଯୋଉଥିରେ ପ୍ରାୟ ୨୭୮ ଜଣ ଅସନ୍ତୋଷ ବ୍ୟକ୍ତ କରିଥିଲେ । କମ୍ପାନୀର ବିକ୍ରୟ କାଉଂଟର ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ଭାରତୀ ଟାୱାରରେ ଥିଲାବେଳେ ଉପଭୋକ୍ତାଙ୍କୁ ନିୟମିତ ସେବା ପାଇଁ ଅନୁବନ୍ଧିତ ସେଂଟରକୁ ପଠାଯାଇଥାଏ ।
ଉପଭୋକ୍ତାଙ୍କ ଅଭିଯୋଗ ଅନୁସାରେ କୋଭିଡ୍‌ ସମୟରେ ୟୁରେକା ସେବା ଯୋଗାଇବାର ପ୍ରତିଶ୍ରୁତି ଦେଇ ଡିଜିଟାଲ ବାଟରେ ପେମେଂଟ ଦେଇଗଲା । ମାତ୍ର ସେବା ପ୍ରଦାନ କଲାନାହିଁ । ସେତେବେଳେ ଯୋଉ ଉପଭୋକ୍ତାଙ୍କଠାରୁ ସେବା ଦେୟ ନେଇଛି, ତାକୁ ଫେରାଇବାର ନାମ ଧରୁନି ।