ଓଡ଼ିଶା ଯାତ୍ରା ଦର୍ଶକ ପରିବାରର ‘ଯାତ୍ରା କଳାକାର ସମ୍ମାନ’

ଓଡ଼ିଶା ଯାତ୍ରା ଦର୍ଶକ ପରିବାରର ନବମ ବାର୍ଷିକ ଯାତ୍ରା …..

ଭୁବନେଶ୍ୱର:13 କଳାକାର ସମ୍ମାନ ଉତ୍ସବ ଗୁରୁ କେଳୁଚରଣ ଓଡ଼ିିଶୀ ଗବେଷଣା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୬୫ ବିଭାଗର ପ୍ରାୟ ୧୨୦ ଯାତ୍ରା କଳାକାର ଓ ୩୦ ଜଣ ଡ୍ରାମା, ପାଲା, ମଂଚ କଳାକାରଙ୍କୁ ସମ୍ମାନ ପ୍ରଦାନ କରାଯଇଥିଲା।

ବରିଷ୍ଠ ଯାତ୍ରା ଅଭିନେତା ସନ୍ତୋଷ ବେହେରାଙ୍କୁ ସ୍ୱର୍ଗତଃ ବବିତା ଜେନା ସ୍ମୃତି ସମ୍ମାନ (ଜୀବନବ୍ୟାପୀ ସାଧନା ସମ୍ମାନ)ରେ ସମ୍ମାନିତ କରାଇଥିଲା। ଅଭିନେତା ସ୍ୱର୍ଗତଃ ଗଦାଧର ରାଉତ ଓ ଅଭିନେତା ସ୍ୱର୍ଗତଃ ଅଜିତ ଦଳାଇଙ୍କୁ ସ୍ୱର୍ଗତ ହୃଷୀକେଶ ବେହେରା ସ୍ମୃତି ସମ୍ମାନ (ମରଣୋତର ସମ୍ମାନ) ରେ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ ନାଟକ ହିସାବରେ ଯାତ୍ରା ଧଉଳିର ‘ଚଣ୍ଡାଶୋକ’ ଓ ଯାତ୍ରା ରଙ୍ଗମହଲର ‘କଟି କଟି ଡବଲ କଟି’କୁ ସମ୍ମାନିତ କରାଯାଇଥିଲା। ଏ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ସମାଜ ସେବୀ କନକପ୍ରଭା ଲେଙ୍କା, ଅଭିନେତା ଦୈତାରୀ ପଣ୍ଡା, ଅଭିନେତା ଦେବୁବ୍ରହ୍ମା, ଜ୍ୟୋତିର୍ବିଦ୍‌ ଭବାନୀ ଶଙ୍କର ମହାପାତ୍ର, ସିନେ ନିର୍ଦ୍ଦେଶକ ସୁଶାନ୍ତ ମଣି, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍‌, ନୃତ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ଦାସ, ସାମ୍ବାଦିକ ଗିରିଜା ଶଙ୍କର ଦାଶ, ନାଟ୍ୟକାର ପାର୍ଥ ସାରଥି ଦାସ ତଥା ଓଡ଼ିିଶା ଯାତ୍ରା ଦର୍ଶକ ପରିବାରର ସଭାପତି ତାରାକାନ୍ତ ବିଶ୍ୱାଳ, ଉପସଭାପତି ଧର୍ମେନ୍ଦ୍ର ମହାନ୍ତି, ସମ୍ପାଦକ ନିଳାଦ୍ରି ମିଶ୍ର, ସହ ସମ୍ପାଦକ ସାଇ ପ୍ରଭାସ ସାଶମଲ୍‌, କୋଷାଧକ୍ଷ ଭୈରବ ମୁନା, ମୁଖ୍ୟ ଉପଦେଷ୍ଟା ଭାବେ ଅଭିନେତା ସୁବାସ ବେହେରା, ଅଭିନେତା ରୁଦ୍ର ପ୍ରସାଦ ମିଶ୍ର, ଅରୁଣ କୁମାର ନାୟକ, ସତ୍ୟଜିତ ବିମଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବକୁ ଶ୍ରୀନିବାସ ଘଟୁଆରୀ ଏବଂ ଉପାସନା ମହାପାତ୍ର ପରିଚାଳନା କରିଥିଲେ। ଜୟ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।