କରୋନା କଟକଣାରେ ପାଳିତ ଓଡ଼ିଶାର ମୁଖ୍ୟ ଗଣପର୍ବ ‘ରଜ’

ଭୁବନେଶ୍ୱର,(ଏସ୍ ନ୍ୟୁଜ): କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ପରିବେଶ । ଆଜି ରଜ ସଜବାଜ ରଙ୍ଗହୀନ ଥିବା ବେଳେ ଆସନ୍ତା ୩ ଦିନ ରଜ ବି ଫିକା ପଡ଼ିବ ବେଲି ଅନୁମାନ କରାଗଲାଣି। କରୋନା ଯୋଗୁଁ ୨ ବର୍ଷ ହେଲା ରଜ ମଉଜ ଫିକା ପଡ଼ିଥିବା ବେଳେ ଏ ବର୍ଷ ଉତ୍ସାହ ଓ ଆଗ୍ରହ ବି ମଳିନ ପଡ଼ିଛି।
ସୂଚନାଥାଉକି,କରୋନା କଟକଣା ମଧ୍ୟରେ ଚାଲିଛି ପହିଲି ରଜ ର ଉତ୍ସବ। ରଜ ଓଡ଼ିଶାର ଏକ ମୁଖ୍ୟ ଗଣପର୍ବ। ଏହାକୁ ସାଂସ୍କୃତିକ ପର୍ବ ମଧ୍ୟ କୁହାଯାଏ। ଏହି ପର୍ବକୁ ଓଡ଼ିଶାର ସମସ୍ତ ଝିଅ ଉଲ୍ଲାସର ସହିତ ଅପେକ୍ଷା କରିଥାନ୍ତି। କରୋନା କଟକଣା ଭିତରେ ବି ସାରା ରାଜ୍ୟରେ ପାଳିତ ହେଉଛି ରଜ। ଘରେ ରହି ରଜର ମଜା ନେଉଛନ୍ତି ଆବଳବୃଦ୍ଧବନିତା। ଏଥର ରଜ ସାମାନ୍ୟ ଫିକା ପଡ଼ିଥିଲେ ମଧ୍ୟ କାହାରି ମନରୁ କମିନି ଉତ୍ସାହ। ବର୍ଷା ଭିଜା ପହଲି ରଜର ମଜା ଉଠାଉଛନ୍ତି ଓଡ଼ିଶାବାସୀ।
ସେହିପରି ରାଜଧାନୀରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାବେଳେ ଆଗାମୀ ଦିନରେ ମଲ୍‌ ଖୋଲାଯିବାର ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ମଲ କର୍ତୃପକ୍ଷ ଏବେ ଗ୍ରାହକଙ୍କୁ ଆକର୍ଷିତ କରିବା ଓ ନିଜ ସହ ଯୋଡ଼ିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ତେ‌ବେ ମଲ୍‌ରେ ସିଧାସଳଖ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇନି। ଲକ୍‌ଡାଉନ୍‌ କାରଣରୁ ବିଭିନ୍ନ ମଲ୍‌ ପକ୍ଷରୁ ଅନ୍‌ଲାଇନ୍‌ରେ ରଜ ପ୍ରତିଯୋଗିତା ବ୍ୟବସ୍ଥା କରାଯାଇଛି।