ମେଲଛାମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ ଜବତ ସହ ଜଣେ ଗିରଫ

ବରଗଡ,(ଏସ୍‌ ନ୍ୟୁଜ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି ନିଶା କାରବାର । ମଦ ,ଗଞ୍ଜେଇ ତଥା ବିଭିନ୍ନ ଔଷଧକୁ ମଧ୍ୟ ନିଶା ଭାବେ ଯୁବପିଢ଼ି ବ୍ୟବହାର କରୁଛନ୍ତି । ଏହି ସବୁ ନିଶା ଦ୍ରବ୍ୟ ବିକି ନିଶା ମାଫିଆ ମାନେ ଲାଭାନ୍ବିତ ହେଉଛନ୍ତି । ମେଲଛାମୁଣ୍ଡା ଥାନା ବରପଦର ନୂଆପାଲି ଗ୍ରାମର ଲିଙ୍ଗ ସେନାପତି ଗଞ୍ଜେଇ ଗଛ୍ଛିତ ରଖି ବିକ୍ରି କରୁଥିବା ଖବର ପାଇ ମେଲଛାମୁଣ୍ଡା ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଛୟତଙ୍କ ନେତୄତ୍ବରେ ଏକ ଟିମ ଲିଙ୍ଗ ସେନାପତି ଘରେ ଚଢାଉ କରିଥିଲେ ଏହି ଚଢାଉ ସମୟରେ ୨ କେଜି ୫୫୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲେ । ମେଲଛାମୁଣ୍ଡା ଥାନା କେଶ ନମ୍ବର ୧୨୬/୨୦୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।