ବଜାରରେ ଖୁବଶୀଘ୍ର ଶସ୍ତା ପିଆଜ ବିକ୍ରି ଆରମ୍ଭ ହେବ ।ନ୍ୟାସନାଲ ଆଗ୍ରିକଲଚର କୋପରେଟିଭ ମାର୍କେଟିଙ୍ଗ ଫେଡେରେସନ ବା NAFED ଏନେଇ ଏକ ଯୋଜନା ଉପରେ କାମ କରିବା ଆରମ୍ଭ କରିଦେଇଛି । NAFEDର ନିର୍ଦ୍ଦେଶକଙ୍କ କହିବା ମୁତାବକ, ଆସନ୍ତା ୧୦ ଦିନ ମଧ୍ୟରେ ରାଜସ୍ଥାନରୁ ପିଆଜ ଆସିବ ବୋଲି ଆଶା କରାଯାଉଛି । ଏହା ପରେ ପିଆଜର ମୂଲ୍ୟ ହ୍ରାସ ପାଇବ ।
ଅନ୍ୟପଟେ NAFED ନିଜର ଗୋଦାମରୁ ଅନ୍ୟ ରାଜ୍ୟକୁ ପିଆଜ ପଠାଇବ । ସଫଳ ଷ୍ଟୋରରୁ ଶସ୍ତା ପିଆଜ ବିକ୍ରିି ହେଉଛି । NAFED ନିର୍ଦ୍ଦେଶକ କହିଛନ୍ତି ଯେ, ପିଆଜର ଫସଲ ଖରାପ ହେବା କାରଣରୁ ଏହାର ମୂଲ୍ୟରେ ଅନ୍ତର ଦେଖିବାକୁ ମିଳୁଛି ।