SCBରେ ଆରମ୍ଭ ହେଲା ଅନଲାଇନ୍ OPD ସେବା

 ଆଜିଠାରୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସସିବି)ରେ ଅନଲାଇନ୍ ଓପିଡି ସେବା ଆରମ୍ଭ….

ଭୁବନେଶ୍ୱର: ଆଜିଠାରୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସସିବି)ରେ ଅନଲାଇନ୍ ଓପିଡି ସେବା ଆରମ୍ଭ ହୋଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନସାଧାରଣ eswasthya.odisha.gov.in ୱେବସାଇଟକୁ ଯାଇ ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ ।

କଟକର ଏସସିବିରେ ଅନଲାଇନ୍ ଓପିଡି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ମେ ମାସ ୯ ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହେବା ପରେ ୧୦ ତାରିଖଠାରୁ ରୋଗୀ ପରାମର୍ଶ କରିପାରିବେ ବୋଲି କୁହାଯାଇଥିଲା । ଯେ କୌଣସି ରୋଗୀ କିମ୍ବା ସେମାନଙ୍କର ଆଟେଣ୍ଟାଣ୍ଟ ଅଫିସିଆଲ ୱେବସାଇଟକୁ ଯାଇ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ । ଏହାପରେ ଅନଲାଇନ୍ ଟିକେଟ ସ୍ଲିପକୁ ଡାଉନଲୋଡ କରିବା ପରେ ନିଜ ପାଖରେ ତା’ର ଏକ କପି ରଖିବାକୁ ପଡ଼ିବ । ଉକ୍ତ କପି ଦେଖାଇବା ପରେ ହସ୍ପିଟାଲର ଓପିଡିରେ ରୋଗୀଙ୍କୁ ପରାମର୍ଶ ପାଇଁ ଅନୁମତି ମିଳିବ ।