କିମଙ୍କ ସହ କୋର୍ଟ ମ୍ୟାରେଜ କରିବେ ପେସ!

ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ପ୍ରେମ…

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କିମ ଶର୍ମା ଏବଂ ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ପ୍ରେମ ଦିନକୁ ଦିନ ବଢିବାରେ ଲାଗିଛି । ଉଭୟଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଯେଉଁଠାରେ ଉଭୟ ଖୋଲାଖୋଲି ଭାବରେ ନିଜ ପ୍ରେମକୁ ପ୍ରକାଶ କରିବା ସହ ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ, ଖୁବଶୀଘ୍ର ଲିଆଣ୍ଡର ପେସ ଏବଂ କିମ ଶର୍ମା କୋର୍ଟ ବିବାହ କରିବେ ବୋଲି ଜଣାପଡିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉଭୟ ନିଜ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଚାହୁଁଛନ୍ତି ।

ଦୀର୍ଘ ବର୍ଷ ଡେଟ କରିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ହେବାକୁ ଯାଉଛନ୍ତି । ଉଭୟ ଖୁବଶୀଘ୍ର ହାତକୁ ଦି ହାତ ହେବେ ବୋଲି ଜଣାପଡିଛି । ସେହିପରି ଦମ୍ପତିଙ୍କ ସମ୍ପର୍କ ପାଇଁ ଉଭୟଙ୍କ ପରିବାର ପକ୍ଷରୁ ଅନୁମତି ମଧ୍ୟ ମିଳିସାରିଛି । ସୂଚନାଯୋଗ୍ୟ ଯେ କିମ୍‌ ୨୦୧୦ ମସିହାରେ ଜଣେ ବ୍ୟସାୟୀକୁ ବିବାହ କରିଥିଲେ ହେଲେ ବିବାହର ୬ ବର୍ଷ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ ।