ପଶ୍ଚିମବଙ୍ଗରେ ‘ଅସାନି’ର ପ୍ରଭାବ

ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଲାଣି ବାତ୍ୟା ‘ଅସାନି’ର ପ୍ରଭାବ…

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଲାଣି ବାତ୍ୟା ‘ଅସାନି’ର ପ୍ରଭାବ । କୋଲକାତାର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଆରମ୍ଭ ହୋଇଛି । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇଥିବା ମଧ୍ୟ  ନଜର ଆସିଛି । ବର୍ଷା ଯୋଗୁ ଯାତାୟାତରେ ସମାନ୍ୟ ବାଧା ଉପୁଜିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ପାଶ୍ଚିମବଙ୍ଗ ଓ ଓଡ଼ିଶାରେ ‘ଆସାନି’ର ପ୍ରଭାବ ସାମାନ୍ୟ ଦେଖାଦେବ । ପଶ୍ଚିମବଙ୍ଗରେ ୭୫ କିଲୋମିଟର ଯାଏ ପବନ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାହାଛଡ଼ା କୋଲକାତାରେ ପ୍ରବଳ ବର୍ଷା ହେବାନେଇ ମଧ୍ୟ କୁହାଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତାକାଲି ସଂଧ୍ୟାରୁ ବର୍ଷା ହେବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।