ଅପରେସନ କ୍ଲିନ ସ୍ୱିପ : “ନକଲି ୱେବ ଚ୍ୟାନେଲକୁ ଡିସିପିଙ୍କ ଝାଡୁ ପାହାର”

ଭୁବନେଶ୍ୱର: ୱେବ ପୋର୍ଟାଲ ନିମନ୍ତେ ଆସିବ ସ୍ବତନ୍ତ୍ର ଆଇନ । ସରକାରୀସ୍ତରରେ ଏଥିପାଇଁ ବିଚାରବିମର୍ଷ ଆରମ୍ଭ ହୋଇଛି । ୱେବ୍ ପୋର୍ଟାଲ, ୟୁଟ୍ୟୁବ୍ ଚ୍ୟାନେଲ ସ୍ଥାପନ ନିମନ୍ତେ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯିବ ଏବଂ ଏଥିରେ କାର୍ଯ୍ୟରତ ସାମ୍ବାଦିକ ବା ପ୍ରତିନିଧିମାନଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି ହେବ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୱେବ୍‌ ପୋର୍ଟାଲ ସାମ୍ବାଦିକମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ନିଜକୁ ୱେବ୍‌ ଚାନେଲ, ୟୁ ଟ୍ୟୁବ୍ ଚ୍ୟାନେଲ ପ୍ରତିନିଧି ଭାବରେ ପରିଚୟ ଦେଇ କିଛି ଖଳ ପ୍ରକୃତିର ବ୍ୟକ୍ତି ଯେପରି ବ୍ଲାକମେଲିଂ କରୁଛନ୍ତି ତାହାକୁ ରୋକିବା ନିମନ୍ତେ କି ପଦ୍ଧତି ଅବଲମ୍ବନ କରାଯିବ ସେଥିନେଇ ଆଇନଗତ ତର୍ଜମା ଆରମ୍ଭ ହୋଇଛି । ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଖୁବଶୀଘ୍ର ନେବାକୁ ଯାଉଥିବା ବେଳେ ଆଜି ଭୁବନେଶ୍ୱର ରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରସଙ୍ଗରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ନିକଟକୁ କିଛି ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ । କିଛି ଅନାବଶ୍ୟକ ପ୍ରଶ୍ନ ପଚାରିବା ପୂର୍ବରୁ ଡିସିପି ସମସ୍ତଙ୍କ ପରିଚୟ ପଚାରି ବାଇଟ୍ ଦବାକୁ ମନା କରିଥିଲେ ।।