ଅଧିନାୟକ ପଦ ଛାଡିବେ ବିରାଟ କୋହଲି

ନୂଆଦିଲ୍ଲୀ: ଅଧୀନାୟକ ପଦ ଛାଡିବେ ବିରାଟ କୋହଲି୤ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଛନ୍ତି ବିରାଟ କୋହଲି । ଏ ନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। କେବଳ ଟ୍ବେଣ୍ଟି ଟ୍ବେଣ୍ଟି ପଦ ଛାଡିବେ କୋହଲି । ପୂର୍ବପରି ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦ ଜାରି ରଖିବେ ନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ବିରାଟ କୋହଲି। ଟ୍ବିଟ୍ କରି କୋହଲି କହିଛନ୍ତି, ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏବଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛି । ଏହା ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଉଛି । ଅଧିନାୟକ ପଦରେ ଥିବା ବେଳେ ଟିମ ପାଇଁ ଅନେକ କିଛି କରିବାକୁ ଚେଷ୍ଟା କରିଛି । ଅତିରିକ୍ତ ଚାପକୁ ଦୃଷ୍ଟିରେ ରଖି ୨୦୨୧ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଟି-୨୦ ଫର୍ମାଟ୍ରୁ ଅଧିନାୟକ ପଦ ଛାଡିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ବ୍ୟାଟ୍ସମ୍ୟାନ୍ ଭାବେ ଦଳକୁ ସହଯୋଗ ଜାରି ରଖିବି ।