“ଆମ ସମ୍ବଳ’ ପକ୍ଷରୁ ପକ୍ଷୀମାନଙ୍କ ପାଇଁ ଜଳକୁଣ୍ଡ ସ୍ଥାପନ

କଟକ : ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଅବସରରେ “ଆମ ସମ୍ବଳ’ ଅନୁଷ୍ଠାନ ଆତ୍ମପ୍ରକାଶ କରିଛି । ପ୍ରଥମ ଜନ୍ମ ତିଥି ଅବସରର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନ ପକ୍ଷରୁ ଜୁଡିସିଆଲ ଏକାଡେମୀ, ଡଗରପଡା ହନୁମାନ ମନ୍ଦିର, କାଫଲା ଫାଣ୍ଡି, କୃଷକ ବଜାର ଓ ସିଡିଏ ସେକ୍ଟର-୬ ଠାରେ ପଶୁ ପକ୍ଷୀମାନଙ୍କ ପାଇଁ ଜଳକୁଣ୍ଡ ସ୍ଥାପନ କାର୍ଯ୍ୟ ବିଶିଷ୍ଟ ଅତିଥିବୃନ୍ଦଙ୍କ ଦ୍ୱାରା ସମ୍ପାଦିତ ହୋଇଛି ।