ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ମୁମ୍ବାଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍‌-୨୦୨୨)ର ଶକ୍ତିଶାଳୀ ଦଳ ଚଳିତ ସଂସ୍କରଣରେ ଦର୍ଶକ ଓ ପ୍ରଶଂସକଙ୍କୁ ନିରାଶ କରିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ମୁମ୍ବାଇ ୨୦୨୨ ସଂସ୍କରଣରେ ଲଗାତାର ୫ମ ଥର ପରାଜିତ ହୋଇଛି । ପୁନେସ୍ଥିତ ମହରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ପଂଜାବ ଠାରୁ ମୁମ୍ବାଇ ୧୨ ରନ୍‌ରେ ପରାସ୍ତ ହୋଇଛି । ଏହା ପୂର୍ବରୁ ମୁମ୍ବାଇ ଟିମ ଦିଲ୍ଲୀ, ରାଜସ୍ଥାନ, କୋଲକାତା ଓ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଥିଲା । ପଂଜାବ ପ୍ରଥମେ ବ୍ୟାଟିଂ କରି ୫ଟି ୱିକେଟ୍‌ ବିନିମୟରେ ୧୯୮ ରନ୍‌ ସଂଗ୍ରହ କରିଥିଲା ।

ଓପନର ମୟଙ୍କ ଅଗ୍ରୱାଲ ଓ ଶିଖର ଧାୱନ ଭଲ ବ୍ୟାଟିଂ କରିଥିଲେ । ଉଭୟ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲେ । ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୁମ୍ବାଇ ୯ଟି ୱିକେଟ ହରାଇ ୧୮୬ ରନରେ ଅଟକି ଯାଇଥିଲା । ମୁମ୍ବାଇ ପାଇଁ ଡେୱାଲ୍ଡ ବ୍ରେୱିସ ସର୍ବାଧିକ ୪୯ ରନ କରିଥିଲେ । ଅନ୍ୟପକ୍ଷରେ ପରିସ୍ଥିତି ଏଭଳି ହୋଇଛି ଯେ ମୁମ୍ବାଇକୁ ପ୍ଲେ-ଅଫରେ ସ୍ଥାନ ମିଳିବା କଷ୍ଟକର ହେବ । କାରଣ ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି ।