ପିସିସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପିସିିସି ସଭାପତି ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିିଟି ପକ୍ଷରୁ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭା କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିଚାରଣ କରି ପିସିସି ସଭାପତି ଶ୍ରୀ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ କହିଲେ ଯେ ସ୍ୱର୍ଗତ ହେମାନ୍ଦ ବିଶ୍ୱାଳ ଜଣେ ସତ୍ୟନିଷ୍ଠ, ନିର୍ବିକ ଓ ସାଲିସବିହିନ ରାଜନେତା ଥିଲେ । ସତ୍ୟକୁ ସେ ସର୍ବଦା ଗ୍ରହଣ କରୁଥିଲେ ଓ ସତ୍ୟ ପ୍ରକାଶ କରୁଥିଲେ । ସାମାଜିକ ନ୍ୟାୟ, ସମାଜର ଅବହେଳିତ ବର୍ଗର ଉନ୍ନତି ଓ ରାଜ୍ୟର ବିକାଶ କରିବା ଦିଗରେ ଶେଷ ଜୀବନ ପର୍ଯ୍ୟନ୍ତ ଚେଷ୍ଟିତ ଥିଲେ । ତାଙ୍କର ପଦାଙ୍କ ଅନୁକରଣ କରିବା ପାଇଁ ଯୁବପିଢ଼ୀ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।

ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶ୍ରୀକାନ୍ତ ଜେନା, ବିଧାୟକ ପବିତ୍ର ସାଉଂଟା ଓ ମଙ୍ଗୁ ଖିଲ, କଂଗ୍ରେସ ନେତା ସନ୍ତୋଷସିଂ ସାଲୁଜା, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ସସ୍ମିତା ବେହେରା, ଲଲାଟେନ୍ଦୁ ମହାପାତ୍ର, ପ୍ରକାଶ ଜେନା ଓ ନିର୍ମଳ ନାୟକ ପ୍ରମୁଖ ସ୍ୱର୍ଗତ ବିଶ୍ୱାଳଙ୍କର ପ୍ରଭା ଓ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାକୁ ଶ୍ରୀ ଅରବିନ୍ଦ ଦାସ ପରିଚାଳନା କରିଥିଲେ ଓ ଶେଷର ଶ୍ରୀ ରଜନୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶ୍ରୀ ଜୟଦେବ ଜେନା, ଦେବାଶିଷ ପଟ୍ଟନାୟକ, ଅଭୟ ସାହୁ, କିଶୋର ଜେନା, ମାନସ ଆଚାର୍ଯ୍ୟ, ସିର୍ଦ୍ଧାଥ ସ୍ୱରୂପ ଦାଶ, ବାଙ୍କନିଧି ବେହେରା, ହଳଧର ସେଠୀ, କୃଷ୍ଣଚନ୍ଦ୍ର ବରାଳ, ତରୁଣ ମିଶ୍ର, ରାଜୀବ ପଟ୍ଟନାୟକ, ବିଶ୍ୱଜିତ ଦାଶ, ପ୍ରଶାନ୍ତ ଚମ୍ପତ୍ତି, ଲିଙ୍ଗରାଜ ସାହୁ, ମୋଟରାଜ ଡୁଙ୍ଗଡୁଙ୍ଗ, ଅଭିଶେକ ଦଳବେହେରା, ମିହିର ଆଚାର୍ଯ, ଆଲୋକ ମହାନ୍ତି, ଅଜୟ ମହାପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ବିଶ୍ୱକଲ୍ୟାଣି କର, କଳ୍ପନା ଆପଟ, ଆରତୀ ନାୟକ, ଉଷାରାଣୀ ବେହେରା, ଉର୍ବଶୀ ମିଶ୍ର, ଗେରୋଟି ସେସ୍‌, ଜୟସ୍ମିତା ମହାନ୍ତି, ବିଶ୍ୱଜିତ ମହାନ୍ତି, ହିଂମାଶୁ ଲେଙ୍କା, ଅଧିର ଜେନା, ସତ୍ୟବ୍ରତ ନାୟକ, ମୋହନ ହେମ୍ବ୍ରମ, ଖଗେଶ୍ୱର ମଲ୍ଲିକ, ବିଭୁ ପ୍ରସାଦ ମିଶ୍ର, ଦେବାଶିଷ ମିଶ୍ର, ଚାଲୁ ମଙ୍ଗରାଜ, ବିଶ୍ୱରଞ୍ଜନ ଜେଠୀ, ଆତ୍ମାରାମ ପତି, ରଞ୍ଜନ ଭୋଇ, ଶ୍ରୀ ନାୟାର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । ଗଣମାଧ୍ୟମ ବିଭାଗ, ଓପିସିସି