ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ରାଜ୍ୟରେ ପ୍ଲେ ସ୍କୁଲ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ପ୍ଲେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ଖୋଲିବ ସ୍କୁଲ । ଆସନ୍ତା ଫେବ୍ରୁଆରୀ ୧୪ତାରିଖରୁ ଖୋଲିବ ସ୍କୁଲ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ରୁପଦ ସେଠୀ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍କୁଲରେ କୋଭିଡ କଟକଣା କଡ଼ାକଡ଼ି ପାଳନ କରାଯିବ । ଅନ୍ୟପକ୍ଷରେ ସମସ୍ତ ଷ୍ଟାଫ୍ କୋଭିଡ ଟିକା ନେଇଥିବା ବାଧ୍ୟତାମୂଳକ ।