୨୪ ଘଣ୍ଟାରେ ୧୭୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୨୨ ମୃତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଗଣ୍ଟାରେ ରାଜ୍ୟରେ ୧୭୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୭ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୭୯, ବାଲେଶ୍ୱରରୁ ୫୪, ବରଗଡ ୧, ଭଦ୍ରକ ୨୨, ବାଲାଙ୍ଗୀର ୩୧, ବୌଦ୍ଧ ୨୯, କଟକ ୧୦୪, ଦେଓଗଡ଼ ୪୬, ଢେଙ୍କାନାଳ ୪୯, ଗଜପତି ୪୩, ଗଞ୍ଜାମ ୧୦, ଜତସିଂହପୁର ୪୮, ଯାଜପୁର ୫୩ ,ଝାରସୁଗୁଡ଼ା ୨୯, କଳାହାଣ୍ଡି ୪୯, କନ୍ଧମାଳ ୩୧, କେନ୍ଦ୍ରାପଡା ୪୬, କେଉଁଝର ୫୨, କୋରାପୁଟ ୧୧୮, ମାଲକାନଗିରି ୩, ମୟୂରଭଞ୍ଜ ୫୩,ନବରଙ୍ଗପୁର ୨୬, ନୟାଗଡ଼ ୪୫, ନୁଆପଡା ୩୯, ପୁରୀ ୪୦, ରାୟାଗଡା ୩୪, ସମ୍ବଲପୁର ୫୬, ସୋନେପୁର ୫୪, ସୁନ୍ଦରଗଡ ୧୪୭, ରାଜ୍ୟ ପୁଲ୍ ୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ ଦୈନିକ କରୋନା ସଂକମଣ ସାମାନ୍ୟ ଉପରତଳ ହେଉଛି, ତେବେ ଦୈନିକ ମୃତ୍ୟୁସଂଖ୍ୟାରେ କୌଣସି ଅବନତି ହେଉନାହିଁ। ଆଜି ମଧ୍ୟ ରାଜ୍ୟରେ ୨୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୭୯୭ରେ ପହଁଞ୍ଚିଛି। ତେବେ ରାଜ୍ୟରେ ଦୈନିକ ସର୍ବାଧିକ କରୋନା ସଂକ୍ରମଣ ଖୋର୍ଦ୍ଧାରୁ ସଂକ୍ରମିତ ହେଉଛନ୍ତି। ସେହିଭଳି ଆଜି ଖୋର୍ଦ୍ଧାରୁ ୧୪ ଜଣ କରୋନାଭାଇରସ୍ କାରଣରୁ ମୃତ୍ୟୁ ବରଣ କରିଥିବା ବେଳେ ଏଥି ମଧ୍ୟରୁ ଭୁବନେଶ୍ୱରରୁ କେବଳ ୧୧ ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ରାଜ୍ୟରେ ଏବେ ୧୯ ହଜାର ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଗତକାଲିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୨୪୧୫୯୭ ସଂକ୍ରମିତ ଚିହ୍ନଟ ହେଲେଣି। ରାଜ୍ୟରେ ତୃତୀୟ ଲହର ମାସକ ମଧ୍ୟରେ ସୁଧୁରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି।