ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷ ମଧ୍ୟରେ ଭାରତର କ୍ରୀଡା ଭିତ୍ତିଭୂମିରେ ହୋଇଥିବା ସମ୍ପସ୍ରାରଣ ଉପରେ ଆଲୋକପାତ କରିଥିବା ଏକ ଲେଖା ଶେୟାର କରିଛନ୍ତି । ସେ କହିଛନ୍ତି ଯେ, ଏହି ପରିବର୍ତ୍ତନ ଭାରତକୁ କ୍ରୀଡା କ୍ଷେତ୍ରରେ ଶକ୍ତିଶାଳୀ ହେବାରେ ପ୍ରେରଣା ଯୋଗାଉଛି ।
କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିଆଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;
“କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିଆ ଗତ ୧୧ ବର୍ଷ ମଧ୍ୟରେ ଭାରତର କ୍ରୀଡା ଭିତ୍ତଭୂମି କିପରି ଅଭୂତପୂର୍ବ ସ୍ତରରେ ବିସ୍ତାରିତ ହୋଇଛି, ତାହା ଉପରେ ଆଲୋକପାତ କରିଛନ୍ତି । ଯୁବପିଢ଼ିଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରି, ଏହି ପରିବର୍ତ୍ତନ ଭାରତକୁ କ୍ରୀଡା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମହାଶକ୍ତିରେ ପରିଣତ କରିବା ଦିଗରେ ଅଗ୍ରସର ହେବାରେ ପ୍ରେରଣା ଯୋଗାଉଛି ।”