ସୁନ୍ଦରଗଡ: ଚୋରା ମଦ ବେପାର ପାଇଁ ୨୫ ହଜାର ଟଙ୍କା ଲାଂଚ ନେଲା ବେଳେ ପୁଲିସ ବାବୁଙ୍କୁ ଧରିଲା ଭିଜିଲାନ୍ସ। ସୁନ୍ଦରଗଡ ଜିଲ୍ଲାବଡ଼ ଗାଁ ଥାନା ଏଏସଆଇ ଅରୁପା ନନ୍ଦ ଦାଶଙ୍କୁ ବାନ୍ଧିଲା ରାଉରକେଲା ଭିଜିଲାନ୍ସ ର ସ୍ୱତନ୍ତ୍ର ଟିମ୍।
ବଡ଼ ଗାଁ ଅଂଚଳର ରଞ୍ଜନ ଦାଶ ଙ୍କଠାରୁ ନଗଦ ୨୫ ହଜାର ଟଙ୍କା ନେଲା ବେଳେ ବଡ଼ଗାଁ ବସଷ୍ଟାଣ୍ଡ ନିକଟ ଏକ ପାନ ଦୋକାନରୁ ପୁଲିସ ବାବୁଙ୍କୁ ଗିରଫ କଲା ଭିଜିଲାନ୍ସ।