ଜାମିନ ଆବେଦନ ଖାରଜ ପରେ ପୁଣି ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର:  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୁଣି ଲାଗିଲା ଝଟକା । ଜାମିନ ଆବେଦନ ଖାରଜ ହେବା ପରେ ପୁଣି ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ କରିଛନ୍ତି ବାଣପୁର ଜେଏମଏଫସି କୋର୍ଟ । ବାଣପୁର ସବଜେଲ ଯାଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଚାରିଚକିଆ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ। ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ।