ବରଗଡ,(ଏସ୍ ନ୍ୟୁଜ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ରାଜିବ ଭବନ ଠାରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଭାରେ ଗାଇସିଲାଟ ବିଡିଓ ପ୍ରବୀଣ କୁମାର ବଣୁଆଁ., ତହସିଲଦାର ସରିତା ଗୁପ୍ତା,. ଥାନା ଅଧିକାରୀ ସୁସମା କୁଅଁର , ଜିଲ୍ଲାପରିସଦ ଉପାଧ୍ୟକ୍ଷ ମଦନ ଦୀପ,. ସାଂସଦ ପ୍ରତିନିଧି ପ୍ରବୀଣ କୁମାର ପାଣିଗ୍ରାହୀ ପ୍ରମୁଖ ସମ୍ଚାସିନ ଥିଲେ.। ତ୍ରିରଙ୍ଗା ପତାକା ଉତ୍ତୋଳନ ବ୍ଲକ ଅଧ୍ୟକ୍ଷା ବାସନ୍ତି ପାଣ୍ଡେ କରିବା ପାଇଁ ନିର୍ଣୟ ନିଆଗଲା । କୋଭିଡ କଟକଣା କୁ ଦୃଷ୍ଟିରେ ରଖି ପତାକା ଉତ୍ତୋଳନ କରାଯିବା ,ପାରଂପାରିକ ଭାବରେ ପ୍ରଭାତ ଫେରି . ସହିଦ ସ୍ତମ୍ଭ ଓ ଆମ୍ବେଦକର ଛକରେ ମାଳ୍ୟାର୍ପଣ କରାଯିବା ର ସିଦ୍ଧାନ୍ତ ନିଆଗଲା। କିଛି କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବା ତଥା ବୃକ୍ଷ ରୋପଣ କରାଯିବାର ମଧ୍ୟ ସିଦ୍ଧାନ୍ତ ନିଆଯାଇଥିଲା। ବୈଠକରେ ଗାଇସିଲାଟ ୟୁଥ କ୍ଲବ, ନାଗରିକ କମିଟି, ବିଭିନ୍ନ ସରକାରି ଓ ବେସରକାରି ଅନୁଷ୍ଠାନର ପ୍ରତିନିଧି ସମେତ ସାମ୍ବାଦିକ ଦୁର୍ଗା ପ୍ରସାଦ ତ୍ରିବେଦି, ସାମ୍ବାଦିକ ବିନାୟକ ପ୍ରସାଦ ଗୁରୁ ଉପସ୍ଥିତ ଥିଲେ। ପରିଶେଷରେ ବ୍ଲକର ପିଏ ଧନ୍ୟବାଦ ଦେଇଥିଲେ ।