ସ୍ୱାଧିନତା ଦିବସ ଉପଲକ୍ଷେ କମିଶନରେଟ୍ ପୁଲିସର ବିଜ୍ଞପ୍ତି

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଗତବର୍ଷ ଭଳି ଏଥର ମଧ୍ୟ କରୋନା କଟକଣା ଭିତରେ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ତେଣୁ ୩ଟି ଟ୍ରୁପ୍‍କୁ ନେଇ ପ୍ରଦର୍ଶନୀ ପଡ଼ିଆରେ ମାର୍ଚ୍ଚପାଷ୍ଟ ରିହର୍ସାଲ ଚାଲୁଛି। ତେବେ ସ୍ୱାଧୀନତା ଦିବସ ଲାଗି କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‍ କଟକଣା ଜାରି କରାଯାଇଛି। ଏଥିସହିତ ସୁରକ୍ଷା ଦାୟିତ୍ୱରେ ୩ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାସହ ପ୍ରଦର୍ଶନୀ ପଡ଼ିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ୍‍ ରୁମ୍‍ ଖୋଲାଯାଇଛି। ସେହିପରି ଦିନରେ ଦୁଇ ବେଳା ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସେହିପରି କୋଭିଡ-୧୯କୁ ଦୃଷ୍ଟିରେ ଜନସାଧାରଣ ପଡ଼ିଆ ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏଥର ଅତିଥି ସଂଖ୍ୟା ୫୦ଜଣ ଭିତରେ ସୀମିତ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ପତାକା ଉତ୍ତୋଳନ ସ୍ଥାନକୁ ପ୍ରଥମେ ସାନିଟାଇଜ କରାଯିବ। ଏଥିସହ ପ୍ରବେଶ ପଥରେ ସାନିଟାଇଜର ରହିବ। ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି।

ଏଥିସହ ବିଜ୍ଞପ୍ତି ଅନୁସାରେ, ୧୫ ତାରିଖ ଦିନ ସକାଳ ୬ଟା ୩୦ଠାରୁ ପ୍ୟାରେଡ୍ ସରିବା ପର୍ଯ୍ୟନ୍ତ କୌଣସି ଯାନାବହନ ରାମ ମନ୍ଦିର ଛକ ଠାରୁ ହାଉସିଂ ବୋର୍ଡ ଛକ(ଏମ.ବି.ଏସ୍. ସ୍କୁଲ ଠାରୁ ସେଟଂ ଜୋସେଫ୍ ସ୍କୁଲ) ରାସ୍ତା ଦେଇ ଯାଇପାରିବ ନାହିଁ । ଯେଉର୍ ଗାଡି ଗୁଡିକ ହାଉସିଂ ବୋର୍ଡ ଛକ ପଟୁ ରାମ ମନ୍ଦିର ଛକ ଆଡକୁ ଯିବାକୁ ଚାହିଁବ, ସେମାନେ ଏମ୍.ବି.ଏସ୍ ସ୍କୁଲ ଗଳି ରାସ୍ତା ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ । ସେହିପରି ଯେଉଁ ଗାଡି ଗୁଡିକ ରାମ ମନ୍ଦିର ଛକ ପଟୁ ହାଉସିଂ ବୋର୍ଡ ଛକ ଆଡକୁ ଯିବାକୁ ଚାହିଁବେ, ସେମାନେ ସେଣ୍ଟ ଜୋସେଫ୍ ସ୍କୁଲ ଗଳି ରାସ୍ତାରେ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ । ପି.ଏମ୍.ଜି ଓ କେଶରୀ ଟକୀଜ୍ ପଟୁ ଆସୁଥିବା ସମସ୍ତ ଗାଡି ଗୁଡିକୁ ଚାର୍ଲି ହୋଟେଲ୍ ଠାରୁ ସଚିବାଳୟ ମାର୍ଗ ଆଡକୁ ଯାଇଥିବା ରାସ୍ତା ଦେଇ ଯାଇପାରିବେ । ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଗୁଡିକ ଦେଇ କୌଣସି ଯାନାବହନ ଚଳାଚଳ କରିପାରିବ ନାହିଁ । ସେହିଭଳି ପ୍ୟାରେଡ୍ ନିମନ୍ତେ ଆସିଥିବା ଗାଡିଗୁଡିକ ପାର୍କିଂ କରିବା ନିମନ୍ତେ ନିର୍ଦ୍ଧାରିତ ସ୍ଥାନ ଚୟନ କରାଯାଇଛି । ଭି.ଭି.ଆଇ.ପ ଗାଡି ଗୁଡିକ ଗେଟ୍ ନମ୍ବର-୧ ଡାହାଣ ପାଶ୍ୱର୍ରେ ଥିବା ଫାଙ୍କା ସ୍ଥାନରେ ଗାଡି ଗୁଡିକ ରଖିପାରିବେ । ଭି.ଆଇ.ପି ଏବଂ ସମସ୍ତ ଅତିଥିମାନଙ୍କ ଗାଡି ଗୁଡିକ ଗେଟ୍ ନମ୍ବର-୨ ଦେଇ ବାମ ପାଶ୍ୱର୍ରେ ଥିବା ଫାଙ୍କା ସ୍ଥାନରେ ରଖିବେ । ଗଣମାଧ୍ୟମରୁ ଆସିଥିବା ସମସ୍ତ ଗାଡିଗୁଡିକ ଗେଟ୍ ନମ୍ବ-୫ ଦେଇ ବାମ ପାଶ୍ୱର୍ରେ ଥିବା ଫାଙ୍କା ସ୍ଥାନରେ ରଖିବେ ଏବଂ ପ୍ୟାରେଡ୍ରେ ଭାଗ ନେଉଥିବା ଦଳ ଓ ପୋଲିସ ବାହିନୀର ଗାଡି ଗୁଡିକ ଏମ୍.ବି.ଏସ୍ ସ୍କୁଲ ଗଳି ଓ ସେଣ୍ଟ ଜୋସେଫ୍ ସ୍କବୁଲ ଗଳିରେ ରଖିପାରିବେ । ଏହାସହିତ ସକାଳ ୬ଟା ୩୦ରୁ ପ୍ୟାରେଡ୍ ସରିବା ପାର୍ଯ୍ୟନ୍ତ ମଓୁସୂଦନ ମାର୍ଗ ମଧ୍ୟରେ ଥିବା ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତା ଓ ଏହାର ଆଖାପଖରେ କେହି ଗ୍ୟାସ ବେଲୁନ୍ ବିକ୍ରୀ କରିପାରିବେ ନାହିଁ । ଏହି ନିୟମ ଖିଲାପ କଲେ ଖିଲାପକାରୀଙ୍କ ଠାରୁ ୫୦୦ ଟଙ୍କା କିମ୍ବା ସର୍ବାଧିକ ୧୦୦୦ ଟଙ୍କାର ଜୋରିମାନା ଆଦାୟ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଳେଖ ରହଚି।